୫ଚୋରା ବାଇକ ଜବତ, ଅଭିଯୁକ୍ତ ଗିରଫ

17

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଆଞ୍ଚଳରେ ଲଗାତାର ଭାବରେ ଗାଡ଼ି ଚୋରିର ତଦନ୍ତ ଜାରି ରଖିଥିବା ବେଳେ, ଆଜି ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଦେଉଳପଲ୍ଲି ଗ୍ରାମର ପ୍ରଦୀପ୍ତ କୁମାର ପ୍ରଧାନଙ୍କ ପୁଅ ଦୀପକ କୁମାର ପ୍ରଧାନଙ୍କ ସମେତ ୫ ଖଣ୍ଡ ମୋଟର ସାଇକେଲ ସହ ଗିରଫ ହୋଇଛି । ପୁରୀ ଏସ ପି ଆଖିଲେଶ୍ୱର ସିଂ ଙ୍କ ନିର୍ଦ୍ଦେଶ ରେ ପିପିଲି ଏସ ଡି ପି ଓ ଦେବଦତ୍ତ ବରାଳଙ୍କ ତତ୍ତ୍ଵାବଧନରେ ଡେଲାଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ଵ ରେ ଏକ ସୋତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୨୫ଟି ତାପରେ ୪୫ ଟି ଏବଂ ଆଜି ୫ ଟି ଗାଡି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପୋଲିସ୍ ର ଏ ପରି ସାହସିକ ଭରା ସଫଳତାକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More