୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅଧକ୍ଷ

9

Get real time updates directly on you device, subscribe now.

ନୂଆପଡ଼ା ( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ଼୍ ସ୍ଥିତ ସରକାରୀ ଆଇ ଟି ଆଇ କଲେଜ ପ୍ରିନ୍ସିପାଲ ଗିରଫ ହୋଇଥିବା ସୂଚନା ମିଳିଛି । ପ୍ରିନ୍ସିପାଲ ବିଭୂତି ଭୂଷଣ ସାହୁଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ । ସେହି କଲେଜର କର୍ମଚାରୀ ମଣ୍ଟୁ ମହାନନ୍ଦଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଚାକିରିର ନବୀକରଣ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More