ମୁମ୍ବଇ ( ଏଜେନ୍ସି ) : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଡିନ୍ ଜୋନ୍ସ ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍) ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ ୭ତାରକା ହୋଟେଲରେ ରହୁଥିଲେ।