ହତ୍ୟା ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚଲାଣ

9

Get real time updates directly on you device, subscribe now.

ବଲାଙ୍ଗିର ( ସଂଘର୍ଷ ମିଡିଆ ) : ବଲାଙ୍ଗିର ଜିଲା ଆଗପୁର ଫାଣ୍ଡି ଅନ୍ତର୍ଗତ ଇଂସା ଗ୍ରାମର ବିବାହିତା ସୁବାସିନୀ ବରିହାଙ୍କୁ ହତ୍ୟା କରାଯାଇଥିବା ସୁବାସିନୀର ପିତା କୁନ୍ଦା ବରିହା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଗଲପୁର, ଲୋଇସିଂହା ପୁଲିସ ଓ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ଏହି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇବା ସହ ମୃତ ସୁବାସିନୀ ବରିହାର ସ୍ୱାମୀ ଛତ୍ରପତି ଶିବାଜୀ ବରିହାକୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନାରୁ ପ୍ରକାଶ ଯେ, ଗତ୧୫ ତାରିଖ ରାତି ୮ ସମୟରେ ଛତ୍ରପତି ଶିବାଜୀ ପ୍ରଚୁର ମଦ ପିଇ ଘରେ ଭିତରପଟୁ କବାଟ ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଥିଲା। ଏବିଷୟରେ ଆଗଲପୁର ପୁଲିସ ଖବର ପାଇ ଶିବାଜୀକୁ ପଚରା ଉଚୁରା କରିବା ସମୟରେ ମୋର ସ୍ତ୍ରୀ କୁ ମୁଁ ମାରିଦେଇଛି ତୁମେ କଣ କରିବ ବୋଲି ପୁଲିସକୁ କହିଥିଲା। କିନ୍ତୁ ସେ ବିଭିନ୍ନ ସମୟରେ ସେ ନିଜ ବୟାନକୁ ପରିବର୍ତ୍ତନ କରୁଥିବା ମଧ୍ୟ ପୁଲିସ କହିଛି। ଏହାର ଅନେକ ତଥ୍ୟ ଅନୁସନ୍ଧାନ ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚଲାଣ କରାଯାଇଥିବା ଲୋଇସିଂହା ଥାନଅଧକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More