ସେକ୍ସ ରାକେଟ ଠାବ,କଲ ଗାର୍ଲ ଓ ସହଯୋଗୀ ଗିରଫ

35

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ସଦର ସ୍ଥିତ ଯୋଗଧାରୀ ଠାରେ ଥିବା ଶ୍ରୀ ଗଣେଶ ନାମକ ଏକ ହୋଟେଲ ଉପରେ ଜଗତସିଂହପୁର ଟାଉନ ପୋଲିସ ଆଜି ରାତିରେ ଚଢ଼ାଉ କରି ଏକ ସେକ୍ସ ରାକେଟକୁ ଠାବ କରିଛି । ଏହି ସେକ୍ସ ରାକେଟରେ ଜଣେ ଯୁବତୀ ଓ ତିନିଜଣ ଯୁବକ ଥିବାବେଳେ , ଯୁବତୀଙ୍କ ସମେତ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଦୁଇ ଜଣ ଯୁବକଙ୍କ ସମେତ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଉକ୍ତ ହୋଟେଲରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲି ଆସୁଥିବା ଅଭିଯୋଗ ପାଇ ଆଜି ଜଗତସିଂହପୁର ପୋଲିସ ଚଢ଼ାଉ କରି ଉକ୍ତ ରାକେଟ ସମେତ ଏକ କାର ଓ କିଛି ନିଶା ସାମଗ୍ରୀ ଜବତ କରିଥିବା ବେଳେ ଏହି ରାକେଟରେ ସାମିଲ ଥିବା ସଦସ୍ୟ ମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଚାଲିଥିବା ଜଣା ପଡ଼ିଛି । ତେବେ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁକରାଯାଇ ଉକ୍ତ ହୋଟେଲ୍ରୁ କିଛି ଆପତ୍ତି ଜନକ ସାମଗ୍ରୀ ଓ ଜଣେ କଲ ଗାର୍ଲ ଏବଂ ଅନ୍ୟଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ବୋଲି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More