ଗଳିତ ସବ ଉଦ୍ଧାର, ହତ୍ୟା ସନ୍ଦେହ

12

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଦାଣ୍ଡି ସାହି ଓ ଦସିପୁରୁ ମଧ୍ୟଭାଗରେ ଥିବା ଏକ ପୋଲ ନିକଟରୁ ଗଳିତ ସବକୁ ଚଉଦ କୁଲାଟ ପୋଲିସ ଉଦ୍ଧାର କରି ସବ ବ୍ୟବଛେଦ ପାଇଁ ପଠାଇଛି । ଖବରରୁ ଜଣା ପଡିଛି ଯେ ଗତ୧୬.୮.୨୦୨୦ ରିଖ ଦୀନ ଡେରାବିଶ ବ୍ଲକ ଅଣ୍ଡର ପଞ୍ଚାୟତ ଡେରାଡିହି ଗ୍ରାମର ଚର୍ତୁଭୁଜ ସେଠି ବୟସ ୨୭, ସେ ଜଣେ ଅଣ୍ଡା ବ୍ୟବସାୟି । ସେ ୧୬.୮ ରିଖ ଦିନ ଚର୍ତୁଭୁଜ ଚଉଦକୁଲାଟ ଆଞ୍ଚକୁ ଆସିଥିଲେ ଆଉ ଫେରିନଥିଲେ । ପୁଅ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ ନପାଇବାରୁ ଚର୍ତୁଭୁଜଙ୍କ ପିତା ପର୍ଶୁରାମ ସେଠି ଡେରାବିଶ୍ ଥାନାରେ ତା୧୭.୮ ରିଖ ଦୀନ ଅଭିଯୋଗ କରିଥିଲେ । ଦସିପୁର ପୋଲ ନିକଟରୁ ଏକ ଲୁନା OD 05 AU 5093 ପଡ଼ିଥିବାର ଦେଖି ସ୍ଥାନୀୟ ଲୋକମାନେ ଚଉଦକୁଲାଟ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସେହି ଲୁନାକୁ ଯବତ କରି ଫାଣ୍ଡିକୁ ନେଇଥିଲେ। ସାତଦିନ ପରେ ପର୍ଶୁରାମ ସେଠି ଚଉଦକୁଲାଟ ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ ମୋ ପୁଅ ଅଣ୍ଡା ବିକ୍ରି କରିବା ପାଇଁ ଦାଣ୍ଡି ସାହିର ରବି ରାଉତଙ୍କ ପାଖକୁ ବକେୟା ଟଙ୍କା ନେବାକୁ ଆସିଥିଲେ ଆଉ ଘରକୁ ଫେରିନାହାଁନ୍ତି । ଲୁନା ପଡିଥିବା ସ୍ଥାନରେ ଖୋଜାଖୋଜି କରିଥିଲେ ସେହି ପୋଲଠୁ କିଛି ଦୂରରେ ମାଛଧରାଳି ମାଛ ଧରୁଥିବା ସମୟରେ ୧୦୦ ରୁ ୧୫୦ ମିଟର ବ୍ୟବଧାନରେ ସବଟି କଳମଲଟା ଭିତରେ ଭାସୁଥିବାର ଦେଖିବାକୁ ପାଇଥିଲେ । ସେହି ସବଟିକୁ ଦେଖି ପରିବାର ଲୋକେ ଚିହ୍ନଟ କରିବା ସହ ପୋଲିସ ସବଟିକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More