ସରକାରୀ ବାବୁଙ୍କ ଅବହେଳା ଅଫିସରେ ଝୁଲୁଛି ତାଲା ,

9

Get real time updates directly on you device, subscribe now.

ଏକଳାହାଣ୍ଡି ( ସଂଘର୍ଷ ମିଡିଆ ) : ଏହିପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗ୍ରାମପଞ୍ଚାୟତରେ l ପଞ୍ଚାୟତ ଅଫିସ ସମ୍ମୁଖରେ ଲୋକେ କୌଣସି କାର୍ଯ୍ୟରେ ଆସି ଅଫିସ ସମ୍ମୁଖରେ ଛିଡା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହି ବିଷୟକୁ ନେଇ ଆମେ ପଞ୍ଚାୟତ ଅଧିକାରୀ ପିଓ ମହାଶୟଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିବା ବେଳେ ଡାକ୍ତର ଖାନରେ ଥିବା କହିଥିଲେ l ହେଲେ କୌଣସି କାମରେ ଅଫିସକୁ ଆସିଥିବା ଲୋକେ ଫୋନ କଲେ ପିଓ ମହାଶୟ କହୁଥିଲେ ମୁଁ ବ୍ଲକକୁ ଆସିଛି l ଏଠିକାର ଜନସାଧାରଣ କହିବା ଅନୁସାରେ ମାସିକ ତିନିରୁ ଚାରି ଦିନ ପଞ୍ଚାୟତ ଅଫିସ ଖୋଲା ରହୁଛି ଆଉ ବାକି ଦିନ ଅଫିସ ବନ୍ଧ ରହୁଛି l କୌଣସି କାମରେ ପଞ୍ଚାୟତକୁ ଜନସାଧାରଣ ଆସିଲେ ଏହିପରି ମିଛ ପରେ ମିଛ କହି ଥାନ୍ତି ପିଓ ମହାଶୟ ବୋଲି ଉକ୍ତ ଅଫିସକୁ ଆସିଥିବା ଲୋକମାନେ କହିଛନ୍ତି l ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ମହଲରେ ଚର୍ଚ୍ଚା ହେଉଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More