ସରକାରଙ୍କର ବିଚିତ୍ର ସ୍ୱାସ୍ଥ୍ୟ ନୀତି ,ବିନା ଡାକ୍ତରରେ ଚାଲିଛି ଡ଼ାକ୍ତରଖାନା

42

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : ରାମେଶ୍ଵର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ନାହାଁନ୍ତି। ଏଠାରେ ଫାର୍ମାସିଷ୍ଟ ମାନଙ୍କ ଦ୍ୱାରା ରୋଗୀସେବା ଚାଲିଛି।କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନଥିବାରୁ ଲୋକମାନେ ବହୁଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ତଥା ଓଡ଼ିଶା ସରକାର ଡାକ୍ତର ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ମେଡିକାଲ ଉପରେ ରାମେଶ୍ଵର, ଗୋପିନାଥପୁର,କଟରପା,ମହଣ,ଓଡାସିଂହ,ମାଳ,ନର୍ଦା,ଜରିପଡା,ଆଖପାଖ ଅଞ୍ଚଳର ସାତ ଆଠଟି ପଞ୍ଚାୟତ ନିର୍ଭର କରନ୍ତି, ତୁରନ୍ତ ଓଡ଼ିଶା ସରକାର ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଯୁବ ନେତା ତଥା କଟକ ଜିଲ୍ଲା ବିଜେପି ଉପ ସଭାପତି ଉଲ୍ଲାସ ଚନ୍ଦ୍ର ଜେନା ଦାବି କରିଛନ୍ତି ଯଦି ସରକାର ତୁରନ୍ତ ଡାକ୍ତର ନିଯୁକ୍ତି ନ କରନ୍ତି ତେବେ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଧାରଣାରେ ବସିବା ପାଇଁ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More