ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ସମଗ୍ର ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ଓ ସହ ସମ୍ପାଦକ ଠାରୁ ଆରମ୍ଭ କରି ଉପରସ୍ଥ ପଦାଧିକାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବାର ଲୋକମାନେ ଅଭିଯୋଗ କରୁଛନ୍ତି । ଏବେ ସୁଦ୍ଧା କେଉଁ କେଉଁ ସ୍ଥାନରେ ପ୍ରାଥମିକ କୃଷି ସମବାୟ ଗୃହ ନାହିଁ ତ କେଉଁ କେଉଁ ସ୍ଥାନରେ ୫୦ ବର୍ଷର ଗୃହ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବାରୁ ସମବାୟ କାର୍ଯ୍ୟ ଚାଲୁଛି ସମ୍ପାଦକ ଘରେ ଓ ଭଡା ଘରେ। ଏଥିରେ ବି ସମ୍ପାଦକ ଭଡା ବାବଦରେ ପକେଟ୍ ଗରମ୍ କରୁଛନ୍ତି । ପୂର୍ବରୁ ପ୍ରାଥମିକ କୃଷି ସମବାୟ ସମିତି ରେ ଜଣେ ସମ୍ପାଦକ ଓ ଜଣେ ପିଅନ କାର୍ଯ୍ୟ କରୁଥିବା ବେଳେ ଏବେ ପ୍ରାୟ ଚାରିଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ କେଉଁ କେଉଁ ସ୍ଥାନରେ ସମବାୟ ଗୃହ କରିବାପାଇଁ ପ୍ରଯ୍ୟାପ୍ତ ଜାଗା ଥିଲାବେଳେ ସମ୍ପାଦକ ନିଜ ମନମୁଖୀ ନୂଆ ଜାଗା ମାନ କିଣୁଛନ୍ତି। କେଉଁ କେଉଁ ସ୍ଥାନରେ ସମବାୟ ସଂସ୍ଥା ଟିକୁ ପାରିବାର ବ୍ୟକ୍ତି ମାନେ ଜାଲିଆତି କରି ସମ୍ପାଦକ ଓ ସହ ସମ୍ପାଦକ ଓ ପିଅନ ଭାବେ କାର୍ଯ୍ୟ କରୁଥିବାର ନଜରକୁ ଆସିଛି।ବହୁ ସ୍ଥାନରେ ସମବାୟ ଗୃହ ପାଇଁ ଓଡ଼ିଶା ସରକାରଙ୍କ ଦୁଷ୍ଟି ନାହିଁ କି କୃଷି ପ୍ରଥମିକ ସମବାୟ ତୃଣମୂଳ ସ୍ତରରେ କଣ ଚାଲିଛି ଏସବୁ ପ୍ରତି ନଜର ଦେଉନାହାନ୍ତି । ଏବେ କେନ୍ଦ୍ର ସଭା ଓ ରାଜ୍ୟ ସଭା ରେ ନିଷ୍ପତ୍ତି ଅନୁଯାୟୀ ସମବାୟ ସଂସ୍ଥା R.B.i କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ R.B.i ସଠିକ୍ ତଦନ୍ତ କରି ବ୍ୟଙ୍କ ଭଳି ଜିଲ୍ଲା ସ୍ତରୀୟ କର୍ମଚାରୀ ମାନଙ୍କୁ ଅଦଳବଦଳ କରି ରଖା ଗଲେ ପ୍ରକୃତ ଚାଷୀମାନେ ଉପକୃତ ହେବେ ଦିର୍ଘ ଦୀନର କୃଷି ସମବାୟ ସଂସ୍ଥା ପରିବାର ମୁକ୍ତହେବ ବୋଲି ସାଧାରଣରେ ଦାବି ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଡପଡା ଭଳି ବହୁତ ପ୍ରଥମିକ କୃଷି ସମବାୟ ସମିତିରେ। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।