ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକ ମୃତ

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପଟଣା ଠାରେ ଘଟି ଯାଇଛି ଏକ ମର୍ମଦନ୍ତୁ ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ କଟକ ନରସିଂହପୁର ମୁଖ୍ୟ ରାସ୍ତାର ନୂଆପଟଣା ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ ଘଟିଛି। ମୃତ ଯୁବକ ଜଣଙ୍କ ମଧ୍ୟରୁ ଜଣେ ନରସିଂହପୁର ବ୍ଲକ ଲେମ୍ବୋ ଗ୍ରାମର ସୁକେଶ ପଣ୍ଡା ୨୭ ବର୍ଷ ଆଉ ଜଣେ ତାଙ୍କ ମାଉସୀ ପୁଅ ଭାଇ ଢେ଼ଙ୍କାନାଳ ଭାପୁର ଅଞ୍ଚଳର ସୁଜିତ କୁମାର ପଣ୍ଡା ୨୭ ବର୍ଷ ବୋଲି ଜଣାପଡିଛି। ଉଭୟ ଗୋଟେ ବୁଲେଟରେ ସୋମବାର ପ୍ରାୟ ରାତି ୧୧ଟାରେ ନରସିଂହପୁର ଫେରୁଥିବା ସମୟରେ ଏକ ବୋଲେର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଠିଥିଲା। ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ଉଭୟଙ୍କୁ ଆଠଗଡ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଦିଆଯାଇଛି। ଆଠଗଡରୁ ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More