ସଙ୍କରଡା ୟୁଥ କ୍ଲବ ତରଫରୁ ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

86

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ବେନେରା ଗ୍ରାମ ପଞ୍ଚାୟତ ସଙ୍କରଡା ଗ୍ରାମର ଖେଳ ପଡିଆରେ ସଙ୍କରଡା ୟୁଥ କ୍ଲବ ତରଫରୁ ତିନି ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ କୋଡ଼ିଏ ଟି ଦଳ ଅଂଶଗ୍ରହଣ କରି ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ପ୍ରାଞ୍ଜଲା ତାଡିଙ୍ଗୀ,ବାବା ଭୈରବ ଦଳ ସଭାପତି କେଶବ ସାନ୍ତା,ବୁଦୁରାମ ସାନ୍ତା,ସମନ ଦାସ ସାନ୍ତା ପ୍ରମୂଖ ମଞ୍ଚ ଉପରେ ଉପବେଶନ କରିଥିବା ବେଳେ କମିଟି ର ସଭାପତି ବଳ ତାଡିଙ୍ଗୀ,ଉପ ସଭାପତି ସୁବାସ ସୁପିଆ, ସମ୍ପାଦକ ଗୁରୁଦାସ ଗଣ୍ଡ,କୋଷାଧ୍ୟକ୍ଷ ରାଜୁ ପାଙ୍ଗି, ସଭ୍ଯ ପ୍ରଶାନ୍ତ ଖରା, ଚକ୍ରଧର ଗଣ୍ଡ ପ୍ରମୂଖ ଙ୍କ ସହଯୋଗରେ ଶାନ୍ତି ପୂର୍ଣ୍ଣ ଭାବେ ଟୁର୍ଣ୍ଣାମେଣ୍ଟ ଟି ଉଦଯାପିତ ହୋଇଥିଲା l ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରି ଖାଣ୍ଡା ଦଳ ଟ୍ରଫି ସହ ସାତ ହଜାର ଟଙ୍କା ସୁବାସ ସୁପିଆ ଙ୍କ ଦ୍ଵାରା ପୁରସ୍କୃତ ହୋଇ ଥିବା ବେଳେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସଙ୍କରଡା ୟୁଥ କ୍ଲବ ଦଳ ଟ୍ରଫି ସହ ଛ ହଜାର କେଶରୀ ସାନ୍ତା ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ତୃତୀୟ ସ୍ଥାନ ଅଧିକାର କରିଥିବା ବାବା ଭୈରବ ୟୁଥ କ୍ଲବ ଦଳ ଟ୍ରଫି ସହ ତିନି ହଜାର ପାଞ୍ଚ ଶହ ଟଙ୍କା ମୁଖ୍ୟ ଅତିଥି ପ୍ରାଞ୍ଜଲା ତାଡିଙ୍ଗୀ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ସେମି ଫାଇନାଲ ଖେଳ କୁ ପଚାଶ ମିନିଟ୍ ସମୟ ଧାର୍ଯ୍ୟ ରହିଥିବା ବେଳେ ଫାଇନାଲ ଖେଳକୁ ଚାଳିଶ ମିନିଟ୍ ଦିଆ ଯାଇ ଶାନ୍ତି ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟ ଗ୍ରାମାଞ୍ଚଳରେ ସମାପନ ହୋଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟ ର ବିଶେଷତ୍ଵ ଥିଲା, କୌଣସି ଦଳ ନିମନ୍ତେ ଏଣ୍ଟ୍ରି ଫି ନ ଥିଲା। ସବୁ ଦଳ ବେଶ୍ ଖୁସିରେ ଖେଳ ପ୍ରଦର୍ଶନ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More