ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ତିନି ଅଭିଯୁକ୍ତ ଗିରଫ

21

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କୈାଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୃବୁତ୍ତ । ଗୁରୁତର ଅବସ୍ଥାରେ ଯୁବକକୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଯୁବକ ମୃତ ଘଟିଛି। ମୃତ ଯୁବକ ହେଲେ ଧାମନଗର, ଦକ୍ଷିଣବାଡର ସତ୍ୟଜିତ ପଣ୍ଡା। ହତ୍ୟା ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଧାମନଗର ପୋଲିସ। ଗତକାଲି ଦିନ ପ୍ରାୟ ୩ଟା ବେଳେ ସ୍ଥାନୀୟ ଦକ୍ଷିଣଵାଡ ଗ୍ରାମର ଯୁବକ ସତ୍ୟଜିତ ପଣ୍ଡା ଵ୍ଲକ ବଜାର ପଟୁ ଘରକୁ ଫେରୁଥିଲେ । ଏହି ସମୟରେ ସତ୍ୟଜିତଙ୍କୁ ସଙ୍ଘବଦ୍ଧ ଭାବେ ତିନିରୁ ଚାରି ଯୁବକ ସେଠାରେ ଜଗିରହି ଥିଲେ ଯୁବକ ଯାଉଥିବା ବେଳେ ଯୁବକକୁ ରଡ଼ ଓ ବାଡ଼ି ଦ୍ୱାରା ଆକ୍ରମଣ କରିଥିଲେ। ସତ୍ୟଜିତ ସେଠାରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଯାଇଥିଲେ। ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ। ଭଦ୍ରକ ମେଡିକାଲ ରେ ଯୁବକ ଜଣଙ୍କରେ ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାରୁ ସତ୍ୟଜିତଙ୍କୁ ଏଭଳି ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଧାମନଗର ଥାନା ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଧାମନଗର ପୋଲିସ ଘଟଣାର ଛାନଭିନ ଆରମ୍ଭ କରି ବିଳମ୍ବିତ ରାତିରେ ଧାମନଗର ଶହିଦ ନଗର ( ଶ୍ରୀଗଙ୍ଗା) ସ୍ଥିତ ଏକ ଘରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତଚଳାଇଛି ଧାମନଗର ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More