ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର

82

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର। ପରିବାର ଲୋକଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି। ତେବେ ଉପ ରାଷ୍ଟ୍ରପତି ଙ୍କ ପତ୍ନୀ ସୁଦେଶ ଧନଖର ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟ ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା। ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରି ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥଲେ। ପରେ ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପ୍ରଥମେ ଉପରାଷ୍ଟ୍ରପତି ଙ୍କ ପତ୍ନୀ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ବାଇଶି ପାହାଚ କୁ ମୁଣ୍ଡିଆ ମାରି ଶ୍ରୀ ମନ୍ଦିରକୁ ପ୍ରଵେଶ କରିଥଲେ। ପରେ ଶ୍ରୀ ମନ୍ଦିର ଭିତରେ ମହାପ୍ରଭୁ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ। ପରେ ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ସହ ପାର୍ଶ୍ଵଦେବାଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶ୍ରୀ ମନ୍ଦିର ର ପରମ୍ପରା, ଐତିହ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ମନ୍ଦିର ପରମ୍ପରା ସମ୍ପର୍କରେ ଅବଗତି ହୋଇ ସେ ବେଶ୍ ଖୁସି ହୋଇଥିଲେ। ପରେ ସେ ପ୍ରତ୍ୟାବର୍ତ୍ତନ କରିଥଲେ। ଏହି ଅବସରରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଉପରାଷ୍ଟ୍ରପତିଙ୍କ ପତ୍ନି ଓ ତାଙ୍କ ପରିବାରବର୍ଗକୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଉପହାର ଦିଆଯାଇଥିଲା। ମହାପ୍ରଭୂ ରଥ କାଠ, ରଥ ଦଉଡି଼, ସୁଖିଲି ମହା ପ୍ରାସାଦ ସହିତ ମହାପ୍ରଭୁଙ୍କ ଏକ ଫୋଟୋ ଉପହାର ଭାବେ ଦିଆଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More