ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକା ୫ଟି ଗାଁକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ବିରୋଧ

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକା ୫ଟି ଗାଁକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି । ବେଆଇନ ଭାବେ ସରକାରି ଦସ୍ତାବିଜ୍ କରିଥିବା ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସିଂହଦ୍ୱାରରେ ଥାନାରେ ଦିଆଗଲା ଏତଲା । ଷଡ଼ଯନ୍ତ୍ରରେ ସାମିଲ କର୍ମଚାରୀ , ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରିବାକୁ ଦାବି କରାଯାଇଛି।, ଶ୍ରୀମନ୍ଦିର ଶ୍ୱତ୍ୱ ଲିପିରେ ମୁକ୍ତି ମଣ୍ଡପ ସଭାରେ ୨୪ଟି ଗାଁକୁ ସାମିଲ କରାଯାଇଥିବାବେଳେ ଆଉ ଅଧିକା ୫ଟି ଗାଁକୁ ସାମିଲ କରାଯାଇଛି । ଯାହାକୁ ନେଇ ୧୯୯୨ରୁ ମାମଲା ବିଚାରାଧୀନ ରହିଛି । ଏବଂ ସରକାର ଓ ପ୍ରଶାସନ ନିଜର ପକ୍ଷ ରଖିଆସୁଛନ୍ତି । ମାତ୍ର ଷଡ଼ଯନ୍ତ୍ର ପୂର୍ବକ ୫ଟି ଗାଁକୁ ସାମିଲ କରିବାକୁ କଳ,ବଳ,କୌଶଳ ପ୍ରୟୋଗ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୁକ୍ତି ମଣ୍ଡପ ବ୍ରାହ୍ମଣ ସୂର୍ଯ୍ୟନାରାୟଣ ରଥ । ଏକ ନକଲି ଗେଜେଟ୍ ପ୍ରସ୍ତୁତ କରାଯାଇଥିବା ଶ୍ରୀ ରଥ ଅଭିଯୋଗ କରିଛନ୍ତି । ଏହି ନକଲି ଗେଜେଟକୁ ଦର୍ଶାଇ ୨୪ ପରିବର୍ତ୍ତେ ୨୯ ଗାଁକୁ ମୁକ୍ତିମଣ୍ଡପରେ ସାମିଲ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ବେଳେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More