ଶ୍ରୀମନ୍ଦିର କାର୍ଯ୍ୟଳୟରେ ଶ୍ରୀ ମନ୍ଦିର ଲାଣ୍ଡ ସବ୍ କମିଟିର ବୈଠକ ଅନୁଷ୍ଠିତ

78

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଶ୍ରୀମନ୍ଦିର କାର୍ଯ୍ୟଳୟରେ ଶ୍ରୀ ମନ୍ଦିର ଲାଣ୍ଡ ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାପାଳ, ଶ୍ରୀ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ଥିଲେ। ଅନେକ ଲୋକ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ଜମି ରେ ବସବାସ କରିଛନ୍ତି। ସେମାନେ ଉକ୍ତ ଜମି କୁ ସ୍ଥାୟୀ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କାରୀ ଶ୍ରୀ ମନ୍ଦିର ପ୍ରଶାସନ ଠାରୁ ପଟା ନେବାକୁ ଆବେଦନ କରିଛନ୍ତି। ତେବେ ଜିଲା ଲ୍ୟାଣ୍ଡ କମିଟି ର ଅନୁମୋଦନ କ୍ରମେ ସେଥି ମଧ୍ୟ ରୁ ଭୁବନେଶ୍ଵର ଓ କଟକ ରେ ଦୁଇଟି ମହାପ୍ରଭୁ ଙ୍କ ନାମରେ ଥିବା ଜମି ବିକ୍ରୀ କରାଯାଇ ପଟା ଦେବା ପାଇଁ ନିଷ୍ପତ୍ତି ହୋଇଚି । ଏନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ରେ ଏହାର ଅନୁମୋଦନ କରାଯିବ। ତେବେ ଅନେକ ବ୍ୟକ୍ତି ଜିଲା ଲ୍ୟାଣ୍ଡ କମିଟି ରେ ପ୍ରଥମେ ଅନୁମୋଦନ ବିନା ସିଧାସଳଖ ଶ୍ରୀ ମନ୍ଦିର ପ୍ରଶାସନକୁ ଆବେଦନ କରିଥିବା ଦରଖାସ୍ତକୁ ବାତିଲ କରଯାଇଛି। ପ୍ରଥମେ ଜିଲ୍ଲା ଲ୍ୟାଣ୍ଡ କମିଟିର ଅନୁମୋଦନ ଆଣି ଶ୍ରୀ ମନ୍ଦିର ପ୍ରଶାସନ କୁ ଆବେଦନ କରିବାକୁ କୁହାଯାଇଛି। ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ଉଚ୍ଛେଦ ହୋଇଥିବା ମଠ ଗୁଡିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଚି। କେଉଁ ମଠକୁ କେତେ ଜମି ଦିଆଯିବ, କେତେ ମାଗଣା ରେ ଜମି ପ୍ରଦାନ କରାଯିବ ସେ ନେଇ ଏକ ସବ୍ କମିଟି ଗଠନ ହେଇଛି। ଏହି କମିଟିର ନିଷ୍ପତ୍ତି, ଅନୁଧ୍ୟାନ ପରେ ବିଭିନ୍ନ ମଠର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ନିଳାଦ୍ରୀ ଭକ୍ତ ନିବାସ ନିକଟ ରେ ଥିବା ଖାଲି ସ୍ଥାନ ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରବଚନ ଗୃହ ନିର୍ମାଣ ହେବ। ସେଠାରେ ଅଧିକ ଲୋକ ବସିବା ଭଳି ଗୃହ ସହ, ଭୋଜନ କକ୍ଷ, ରୋଷେଇ ପାଇଁ ଗୃହ, ରହିବା ପାଇଁ 150 ଟି କୋଠରି ନିର୍ମାଣ ହେବା ନେଇ ଏକ ପ୍ରସ୍ତାବ ଅଣାଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟି ର ଅନୁମୋଦନ ପରେ ଏହି କାର୍ଯ୍ୟ ହେବ। ସେପଟେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ରେ ଶୁଣାଣି ସଂରକ୍ଷିତ ଥିବା ବେଳେ ହାଇକୋର୍ଟ ଯାହା ନିର୍ଦେଶ ଦେବେ ତାହା ପାଳନ କରାଯିବ ବୋଲି ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More