ଶିକ୍ଷକଙ୍କ ମାଡ଼ରେ ଛାତ୍ର ହେଲା ଲହୁଲୁହାଣ

93

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଧୀନରେ ଥିବା କାନାଡିହି ଗ୍ରାମର ଜଣେ ଛାତ୍ର ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଜଣାପଡିଛି |କୁନ୍ଦେଇ ଥାନାରେ ଦିଆ ଯାଇଥିବା ଏତଲା ଅନୁଯାୟୀ କାନାଡିହି ଗ୍ରାମର ଲଗନୁ ଶତନାମିଙ୍କ ପୁଅ ଧନରାଜ ସତନାମୀ ନର୍ସରୀରେ ପାଠ ପଢୁଥିଲା ହାଟଭରଣ୍ଡି ସହିଦ ବିର୍ସାମୁଣ୍ଡା ଘରୋଇ ସ୍କୁଲରେ |ପ୍ରତିଦିନ ପରି ସେ ସକାଳ ୮ଟା ସମୟରେ ଅଟୋରେ ସ୍କୁଲ ଯାଇଥିଲା |ଦିନ ଗୋଟାଏ ବେଳେ ଅଟୋ ଵାଲା ଘରେ ପିଲାକୁ ଛାଡିବା ସମୟରେ କହିଥିଲା ଆଜି ପିଲାକୁ ସ୍କୁଲରେ ମାଡ଼ ହୋଇଛି |ଏହା ପରେ ପିଲାର ସାର୍ଟ ଖୋଲି ଦେଖିଲା ବେଳକୁ ପିଠି ସାରା ନୋଳା ଫାଟି ଯାଇଥିବା ଦେଖିବାକୁ ପାଇଥିଲେ |ପିଲାକୁ ପଚାରିବାରୁ ପିଲାଟି କହିଥିଲା ସ୍କୁଲରେ ସାର ବାଡ଼ିରେ ପ୍ରବଳ ମାରିଥିବା କଥା |ଏହା ପରେ ଲଗନୁ କୁନ୍ଦେଇ ଥାନାରେ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ |ଉକ୍ତ ଘଟଣାକୁ ନେଇ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଶିକ୍ଷକ ଜୟରାମ ଗଣ୍ଡଙ୍କୁ ଅଟକ ରଖିଥିବା ସହ ଥାନାରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ପ୍ରକାଶ କରିଛନ୍ତି |ସରକାରଙ୍କ ନିର୍ଦ୍ଦେଶ ରହିଛି ଦଣ୍ଡ ମୁକ୍ତ ଅଞ୍ଚଳ,ସେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ପିଲାଟିକୁ ଏପରି ଅମାନୁଷିକ ଭାବେ ପିଟିବା, ପିଲାଟିର ପିଠିରେ.ମାଡର ଚିହ୍ନ ଦେଖିଲେ ଯେ କେହି ଲୋକ କହିବ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More