ଶାଗୁଆନ ଗଛ ସହ ଦୁଇଜଣ ଆସାମୀ ଗିରଫ

9

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ଜଂଗଲରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୂର୍ବରୁ ବହୁବାର ଖବର ପ୍ରସାରଣ ହୋଇଥିଲା। ବନବିଭାଗକୁ ଚକମା ଦେଖାଇ ବଡ଼ ବଡ଼ କାଠ ଲୁଟେରା ମାନେ ଖସି ପଳାଇ ଯାଉଥିଲେ। ବନ ବିଭାଗ ଧରିବାରେ ସକ୍ଷମ ହୋଇ ନଥିଲା। ମାତ୍ର ଆଜି କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରି ଗ୍ରାମର ବିମ୍ବାଧର ଜେନା ବୟସ(୩୫)ବର୍ଷ ଏବଂ ସନାତନ ଦେହୁରୀ ବୟସ(୩୫)ବର୍ଷ ବାଲିକିଆରି ଜଙ୍ଗଲରୁ ପ୍ରାୟ ୨୦ ସିଫ୍ଟ ଶାଗୁଆନ ଗଛ କାଟି ଆଣୁଥିବାର ଖବର ପାଇ ନରସିଂହପୁର ପଶ୍ଚିମ ବନାଞ୍ଚଳର ରେଞ୍ଜର ଅଶୋକ କୁମାର ବେହେରା ଙ୍କ ନେତୃତ୍ୱରେ ଫରେଷ୍ଟ ଷ୍ଟାପ ଘଟଣା ସ୍ଥଳରେ ପହଞ୍ଚି ଆସାମୀ ଦୁଇଜଣଙ୍କୁ ଗିରଫ କରିଛି। ଗଛ ଗୁଡିକର ଆନୁମାନିକ ମୁଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବବୋଲି ରେଞ୍ଜର ଶ୍ରୀ ବେହେରା ସୂଚନା ଦେବା ସହ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନରସିଂହପୁରରୁ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More