ଵରମୁଣ୍ଡାରୁ ବସ୍ ଚୋରି କରି ନେଉଥିବାବେଳେ କଟକରେ ଦୁର୍ଘଟଣା

10

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଵରମୁଣ୍ଡାରୁ ବସ୍ ଚୋରି କରି ନେଉଥିବାବେଳେ କଟକରେ ଦୁର୍ଘଟଣା। ସୂଚନାନୁଯାୟୀ , ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଆରିୟନ୍ ନାମକ ଏକ ବସ୍ ଛିଡାହୋଇଥିଲା । କିଛି ସମୟ ପରେ ବସଟି ନଥିବା ଖବର ପାଇ କର୍ମଚାରି ଜଣକ ପୋଲିସକୁ ଜଣାଇଥିଲେ। ଏହି ଆଧାରରେ କଟକ ପୋଲିସକୁ ଖବର ଦେବା ପରେ ପୋଲିସ୍ ବସ୍ ର ପିଛା କରିଥିଲା। ରାସ୍ତାରେ ଏକ ଟ୍ରକ୍ ସାଇଡ୍ ନଦେବାରୁ ଟ୍ରକ୍ ପଛରେ ବସ୍ ଟି ପିଟି ଦେଇଥିଲା ଚାଳକ । ଚାଉଳିଆଗଞ ଥାନା ନିକଟରେ ବ୍ଲକିଂ ଚାଲିଥିବାବେଳେ ଦୁର୍ଘଟଣା ଘଟାଇଥିବା ଜଣେ ଚାଳକୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ଗ୍ୟାଂନରଞନ ସାହୁ । ଘର ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ । ପୁର୍ବରୁ ସେ ବାଦାମବାଡି ଅଞ୍ଚଳରୁ ବହୁବାର ବସ୍ ଚୋରି କରିଥିଲା । ଗିରଫ ଅଭିଯୁକ୍ତ ଦିବ୍ୟାଙ୍ଗ ହୋଇଥିବାବେଳେ ଆଜି କୋର୍ଟ୍ ଚାଲାଣ କରାଯାଇଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More