ଲୋକପ୍ରିୟ ବଲିଉଡ ଅଭିନେତା କିରଣ କୁମାର କରୋନାର ଶୀକାର

36

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ଲୋକପ୍ରିୟ ବଲିଉଡ ଅଭିନେତା କିରଣ କୁମାର କରୋନାର ଶୀକାର ହୋଇଥିବା ଜଣାପଡିଛି। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା କିରଣ ନିଜେ ସୂଚନା ଦେଇଛନ୍ତି। ମିଳିଥିବା ଖବର ମୁତାବକ, କିରଣଙ୍କଠାରେ କରୋନା ଭାଇରସର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ପ୍ରଶ୍ୱାସରେ କୌଣସି ଅସୁବିଧା ନଥିଲା । କିନ୍ତୁ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।ପଜେଟିଭ ରିପୋର୍ଟ ଆସିବା ପରେ ବର୍ତ୍ତମାନ କିରଣ ଆଇସୋଲେସନରେ ଅଛନ୍ତି । ସୋମବାର କିମ୍ବା ମଙ୍ଗଳବାର ଦିନ ସେ ପୁଣିଥରେ ଟେଷ୍ଟ କରାଇବେ ବୋଲି ଜଣାପଡିଛି । କିରଣ କହିଛନ୍ତି ଯେ, କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଏହାର ମୁକାବିଲା କରିବାକୁ ପଡିବ । ସେ ନିଜେ ଆଇସୋଲେସନରେ ରହି ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି ଏବଂ ଘରଲୋକଙ୍କ ସହିତ ଫୋନରେ କଥା ହେଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More