ଲକଡାଉନରେ ଲଜ୍ଜା:ଦିଲ୍ଲୀରେ ୨୧ ବଳାତ୍କାର ଅଭିଯୋଗ

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ତାଲାବନ୍ଦ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଛି; କିନ୍ତୁ ସଡ଼କ ଦୁର୍ଘଟଣା ଭଳି ଅପରାଧ ହ୍ରାସ ପାଉଥିବା ଯଦି କେହି ଭାବନ୍ତି; ତେବେ ତାହା ଭୁଲ। ରାଜଧାନୀ ଦିଲ୍ଲୀର ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ହେବ। ବଳାତ୍କାର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀରେ ତାଲାବନ୍ଦ ପରଠାରୁ; ବିଶେଷକରି ଏପ୍ରିଲ ୧ରୁ ୧୫ତାରିଖ ମଧ୍ୟରେ ୨୧ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ବଳାତ୍କାରକୁ ବାଦ୍‌ ଦେଲେ ୩୧ ଅସଦାଚରଣ ମାମଲା ରୁଜୁ ହୋଇଛି। ଏଥିସହିତ ଚୋରି, ଡକାୟତି, ହତ୍ୟା ଓ ଅଶାଳୀନ ବ୍ୟବହାର ଭଳି ଅପରାଧ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଚୋରି ମଧ୍ୟରେ ଗାଡ଼ି ଚୋରି ସର୍ବାଧିକ ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More