ରେଲୱେରେ ଚାକିରି ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ

27

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଥାନା ଅଧିନ ଲହଙ୍ଗା ଗ୍ରାମର ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ଠାରୁ ଦେଢ଼ ଲକ୍ଷ ଠକାଇ ହୋଇଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶ ଚନ୍ଦ୍ର ସ୍ବାଇଁ ଅଭିଯୋଗରେ ଦର୍ଶାଇଛନ୍ତି କି ପୁରୋହିତପୁର ଗ୍ରାମରେ ପ୍ରହଲା ସାହୂ ନାମକ ଜଣେ ବ୍ୟକ୍ତି ଭଡାରେ ରହି ନିଜକୁ ରେଲୱେ ରେ ଚାକିରୀ କରିଛି କହି ଆଖପାଖ ଅଞ୍ଚଳର ଲୋକ ମାନଙ୍କ ସହ ସମ୍ପର୍କ ଲଗାଇ ତାଙ୍କ ପୁଅ ଓ ଝିଅଙ୍କୁ ରେଲୱେ ରେ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଥକି ନେଇଛନ୍ତି।ଉକ୍ତ ବ୍ୟକ୍ତି ଜଣକ ନିଜେ ଏକ ଫେକ ଆଇକାର୍ଡ କରି ଉକ୍ତ ପିଲା ମାନକୁ ଦେଇଥିଲା ଯାହାକି ସମ୍ପୂର୍ଣ୍ଣ ନକଲି ଅଟେ । ଟଙ୍କା ନେଇ ଯୁବକ ଆଉ ଫୋନ ଉଠାଇବାରୁ ଲୋକ ମାନଙ୍କ ସନ୍ଦେହ ଜାତ ହୋଇଥିଲା।ଟଙ୍କା ଦେଇଥିବା ଲୋକମାନେ ଉକ୍ତ ଯୁବକକୁ ଧରି ପୋଲିସ ଜିମା ଦେଇଥିଲେ।ପୋଲିସ ତାକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।ଉକ୍ତ ବ୍ୟକ୍ତିଙ୍କ ନାମରେ ଟଙ୍କା ଠକେଇ ମାମଲାରେ ଦାସ ଜଣ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More