ଭଦ୍ରକ ( ସଂଘର୍ଷ ମିଡିଆ ) : ସରକାର ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବିଭିନ୍ନ ନାରା ଓ ଆଇନ ସତ୍ତ୍ଵେ ଏବେବି ଚାଲିଛି ଅକଥନୀୟ ନାରୀ ନିର୍ଯ୍ୟାତନା । କେନ୍ଦୁଆପଦା ପଞ୍ଚାୟତ ଅଧିନସ୍ଥ ପହ୍ଲା ସାହୀ ଗ୍ରାମରେ ଏମିତି ଏକ ନାରୀ ନିର୍ଯ୍ୟାତନାର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାନୁଯାୟୀ, ସ୍ୱାମୀ ବିଦେଶରେ ରହୁଥିବା ବେଳେ ତାର ସ୍ତ୍ରୀ ଗାଁରେ ରହେ । ବୋହୁଟି ପ୍ରତି ଶାଶୁ, ଶ୍ୱଶୁର ଓ ପରିବାର ଲୋକ ମିଶି ଶାରିରୀକ ଓ ମାନସୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏ ଘଟଣାକୁ ମଧ୍ୟ ପୂର୍ବରୁ ଗ୍ରାମବସୀ ବିରୋଧ କରିଥିଲେ । ଏହିକୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ , ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କାହାର ସାହାସ ନାହିଁ । ଆଜି ରାସ୍ଥା ଉପରେ ସେହି ମହିଳାଙ୍କୁ ଘୋଷାରୀ ଘୋଷାରୀ ପରିବାର ସଦସ୍ୟଙ୍କ ଦ୍ଵାରା ନିର୍ଯ୍ୟାତନା ଦିଆଯାଉଥିବା ବେଳେ ବୋହୁ ଜଣଙ୍କ ଜୀବନ ଭୟରେ ଆଉ ଶଶୁର ଘରକୁ ନଯାଇ ଅନ୍ୟ କେଉଁଠି ଆଶ୍ରୟ ନେଇଥିବାର ଜଣାଯାଇଛି । ତାଙ୍କ ସ୍ଵାମୀ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଜଣାଯାଉଛି ।