ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

9

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସଦର ସ୍ଥିତ ଝିଲମିଲା ଓ ରତିପାଳି ଗ୍ରାମର ରାସ୍ତା କଡ଼ରେ ଆଜି ଏକ ଅଜଣା ବ୍ୟକ୍ତିଙ୍କ ଶବ ପଡିରହିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣାର ଖବର ପାଇ ନୂଆପଡା ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ଯାଇ ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ପୋଲିସର ତଦନ୍ତରୁ ଜଣାପଡିଛି ଯେ , ଉକ୍ତ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଧରମବନ୍ଧା ଥାନା ଅନ୍ତର୍ଗତ ଟିପାଝର ଗାଁର ସ୍ବର୍ଗତ ଜଗବନ୍ଧୁ ଶବରଙ୍କ ୩୮ ବର୍ଷୀୟ ପୁଅ ଦବଙ୍ଗ ଶବର । ତେବେ ମୃତ ଦବଙ୍ଗ ସବରଙ୍କ ହାତ ଓ ଗୋଡ ବାନ୍ଧି ମାଡ ମାରି ଥିବା ଅନେକ କ୍ଷତ ସ୍ଥାନ ଥିବା ଜଣା ପଡିଛି । ତେବେ କେଉଁ କାରଣରୁ ଦବଙ୍ଗକୁ ମାଡ ମାରି ହତ୍ୟା କରା ଯାଇଛି ତାହା ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ପୋଲିସ ପ୍ରକାଶ କରିଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖି ଥିବା ନୂଆପଡା ପୋଲିସ ସୂଚନା ଦେଇଛି। ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More