ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

34

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଏବଂ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ସଡକ ଓ କୋଠାବାଡି ନିର୍ମାଣ ସଂକ୍ରାନ୍ତୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଖୋର୍ଦ୍ଧା ଖଣ୍ଡ ଅଧିନରେ ଚାଲିଥିବା ଜହ୍ନିକୁଦା କୃଷ୍ଣପ୍ରସାଦ ରାସ୍ତା ନିର୍ମାଣ ଖୁବଶୀଘ୍ର ଶେଷ କରିବା, କୃଷ୍ଣପ୍ରସାଦ ଆଟିଆଇ ଶ୍ରେଣୀକକ୍ଷ ଓ ପ୍ରୟୋଗଶାଳା ଗୃହ ଚଳିତ ଆର୍ଥିକବର୍ଷରେ ଶେଷ କରିବା ଉପରେ ଶ୍ରୀ ଦାସବର୍ମା ଗୁରିତ୍ଵାରୋପ କରିଛନ୍ତି । କୃଷ୍ଣପ୍ରସାଦ ମାଲୁଦଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତର କରିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୁରୀ ଉପ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୁରୀ ପୂର୍ତ୍ତ ଖଣ୍ଡ ଅଧିନସ୍ଥ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ହରପଦା ଛକ ରାସ୍ତା ଉନ୍ନତିକରଣ, ଗୌରିଘାଟ ସେତୁ ନିକଟ ଭାର୍ଗବୀ ହରଚଣ୍ଡି ରାସ୍ତା କାମ ତ୍ଵରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିରୁଳି ମହାବୀର ରାସ୍ତା ଶେଷ କରିବା, କାକଟପୁର କୋଣାର୍କ ରାସ୍ତା, ଡେଲାଙ୍ଗ ବ୍ରହ୍ମଗିରି ରାସ୍ତା ପ୍ରଶସ୍ତିକରଣ, ପୁରୀ ସାତପଡା ରାସ୍ତାରୁ ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠକୁ ସଂଲଗ୍ନ ସଡକ, ସୁନାମୁହିଁ ବରକୁଦି ରାସ୍ତା, ସତ୍ୟବାଦୀର କଳାପାହାଡ ଛକରୁ ବିଦ୍ୟାଧରପୁର ଏବଂ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରାସ୍ତା ଉନ୍ନତି ଓ ପ୍ରଶସ୍ତିକରଣ କାମ ଖୁବଶୀଘ୍ର ଆରମ୍ଭ ହେବ । ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ଥିବା ଅଭଡା ଯୋଜନାରେ ହୋଟଲ ପ୍ରାଚୀ ଠାରୁ ଷ୍ଟର୍ଲିଙ୍ଗ ରିଜର୍ଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ତୁରନ୍ତ ଆରମ୍ଭ କରିବା, ବିଭିନ୍ନ ପ୍ରକଳ୍ପ କାମ ଠିକଣା ସମୟରେ ଶେଷ କରିବା, ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ଵାରୋପ କରିଛନ୍ତି । ସେହିଭଳି ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗର ଶେଷ ହୋଇଥିବା ସ୍ଥାନୀୟ ଏସି.ଏ.ଏସ୍ ଓ ସରକାରୀ ମହିଳା ମହାବିଦ୍ୟାଳୟର ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସଂପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅବକାରୀ, ରାଜସ୍ଵ,ଗୃହ, ପୂର୍ତ୍ତ, ହବିଶ୍ୟାଳୀ ଯୋଜନା କୋଠା, କ୍ରୀଡା ଆଦି ବିଭାଗର କୋଠା ନିର୍ମାଣ କାମର ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ଇଞ୍ଜିନିୟର ଶ୍ରୀ ଆଶିଷ କୁମାର ସୁବୁଦ୍ଧି, ପୁରୀ ଖଣ୍ଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ, ଖୋର୍ଦ୍ଧା ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦୀପକ ପାଣିଗ୍ରାହୀ, ଏସଡିଓ ଶ୍ରୀ ନରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More