ଯୌତୁକ ଜୁଇରେ ଜଳିଲା ନବବଧୂର ଶରୀର

33

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଝିଅଟିର ଅନ୍ୟ ନାମ ଜାୟା, ଭଗିନୀ ଓ ଜନନୀ । ଝିଅଟି ଜନ୍ମ ହେଲାପରେ ପିତା ମାତାଙ୍କର କୁଳ ମଣ୍ଡନ କରିଥାଏ । ଝିଅଟି ବଢିବା ସଙ୍ଗେ ସଙ୍ଗେ ପିତା ମାତାଙ୍କର ଅନେକ ସ୍ଵପ୍ନ ତାଉପରେ ଉଜାଡି ହୋଇଯାଇଥାଏ । ଉଚ ଶିକ୍ଷ୍ୟା ପରେ ପରେ ଉତମ ବରଟିଏ ପାଇଁ ପିତା ମାତା ବ୍ୟାକୁଳ ହୋଇପଡିଥାନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚକରି ତା ବାହାଘର କରିଥାନ୍ତି । ସେମାନେ ଭାବିଥାନ୍ତି ତାଙ୍କ ଝିଅଟି ସାରା ଜୀବନ ଖୁସିରେ ରହିବ । ନୂଆ ବୋହୁଟି ଅସୁମାରି ସ୍ଵପ୍ନ ନେଇ ଚାଲିଯାଏ ତା ଶାଶୁଘରକୁ । ସବୁ ଠିକ ଠାକ ଚାଲିଥିବା ସମୟରେ ଝିଅଟି ଜୀବନରେ ହଠାତ କଳାବାଦଲ ଚାଲିଆସେ । ସବୁ ଚୁର୍ମାର ହୋଇଯାଏ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗଣପଣ ଗ୍ରାମରେ । ସୂଚନାନୁଯାୟୀ , ୨୦୨୦ ମସିହା ଫେବୃୟାରି ମାସ ୨୬ ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ବ୍ଲକ ଅଧିନସ୍ଥ ଅଡାଲ ଗ୍ରାମର ରାସବିହାରୀ ଜେନାଙ୍କ କନିଷ୍ଠ କନ୍ୟା ଶାଳିନୀ ଗଣପଣ ନିବାସୀ ତ୍ରିନାଥ ଭୋଳଙ୍କ କନିଷ୍ଠ ପୁତ୍ର ଆମର ଭୋଳ (୨୬ )ଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ କନ୍ୟା ପିତା ରାସବିହାରୀ ତାଙ୍କ ସାକ୍ଷ ମୁତାବକ ଯାନୀ ଯୌତୁକ ଦେଇଥିଲେ । ବାହାଘର ପରେ ସବୁ ଠିକ ଠକ ଚାଲିଥିଲା । ଶାଳିନୀ ମଧ୍ୟ ବହୁ ଖୁସିରେ ଥିଲା । ଲକ ଡାଉନ ସମୟରେ ଅମର ମଧ୍ୟ ଘରେ ଥିଲେ । ହଠାତ ଶାଳିନୀ ଉପରେ ଆରମ୍ଭ ହୋଇଗଲା ମାନସିକ ଓ ଶାରୀରିକ ନିର୍ଯାତନା । ସୂଚନାନୁଯାୟୀ , ଶାଳିନିକୁ ବିବାହ କରିବା ପୂର୍ବରୁ ଅମରର ବହୁ ଝିଅଙ୍କ ସହ ସମ୍ପର୍କ ଥିଲା । ଅମର ତା ପୂର୍ବ ସଂପର୍କକୁ ଦୋହରେଇବାରୁ ଶାଳିନୀ ବିରୋଧକଲା । ତାପରେ ଶାଳିନୀ ଉପରେ ଆରମ୍ଭ ହୋଇଗଲା ନିର୍ଯାତନା। ମୃତ୍ୟୁର ଠିକ ୨୦ଦିନ ପୂର୍ବରୁ ଶାଳିନୀ ତା ମା ପାଖକୁ ଫୋନ କଲା । କହିଲା ଜ୍ଵାଇଁ ୨୦ହଜାର ଟଙ୍କା ପାଇଁ ମୋତେ ମାରଧର କରୁଛନ୍ତି । କିନ୍ତୁ ରସବିହାରୀଙ୍କ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ଦେଇପାରିନଥିଲେ । ଠିକ ୧୧ ତାରିଖ ଦିନ ୯ଟାରେ ଅମର, ଶସୁର ରସବିହାରୀଙ୍କ ପାଖକୁ ଫୋନକଲା ଶାଳିନୀ ଦେହ ଖରାପ ଅଛି ଶୀଘ୍ର ଆସ । ରାଶବିହାରୀ ପହଞ୍ଚିଲାବେଳକୁ ଶାଳିନୀ ମରିକରି ପଡିଛି । ନିରୀହ ରାସବିହାରୀ ନ୍ୟାୟ ପାଇଁ ସଦର ପୁଲିସ ଥାନାରେ FIR ଦାଖଲ କରିଛି । ଦେଖାଯାଉ ଶାଳିନୀର ଆତ୍ମା ନ୍ୟାୟ ପାଇବ ନା ନାହ୍ନି ? ପୁଲିସ ଚାପରେ ଏହା ଉଡିଯିବନିତ ? ରଶବିହାରୀ କଣ କହୁଛନ୍ତି ଶୁଣିବା ଆସନ୍ତୁ । ପୁରୀରୁ ଶଙ୍କର ସର୍କାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More