ଯୋଗାଣ ଅଧିକାରୀ କହି ଠକେଇ କରିଥିବା ତିନି ଯୁବକ ପୋଲିସ ଦ୍ଵାରା ଗିରଫ ଓ କୋର୍ଟ ଚାଲାଣ

9

Get real time updates directly on you device, subscribe now.

ନୂଆପଡ଼ା ( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନୀ ପଞ୍ଚାୟତ ଅନ୍ତର୍ଗତ ମାଓ ପ୍ରବଣ ପାଟଦରା ପାଖ ଧୋବିଘାଟରେ ତିନି ଜଣ ଯୁବକ ନିଜକୁ ଯୋଗାଣ ଅଧିକାରୀ ବୋଲି ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଉକ୍ତ ତିନି ଜଣ ଯୁବକ ଏକ ବୋଲେରୋ ଗାଡ଼ିରେ ଜଙ୍ଗଲ ପର୍ବତ ଘେରା କୁଇମୁଣ୍ଡା ଗାଁର କିରାନା ଦୋକାନୀ ଶତ୍ରୁଘନ ମାଝୀଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ଓଜନ ମାପ ତରାଜୁ ଓ ବଟକରାରେ ତ୍ରୁଟି ଥିବା ଦର୍ଶାଇ ୨୦୦ ଟଙ୍କା ଚଲାଣ କାଟିଥିଲେ । ଦୋକାନୀ ଜଣକ ଫାଇନ ଟଙ୍କା ନ ଦେବାରୁ ଧମକ ଚମକ କରିବା ସହ ମାଡ଼ପିଟ କରି ଦୋକାନରୁ ୫୨୦୦ ଟଙ୍କା ଜୋର୍ ଜବରଦସ୍ତି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ଦୋକାନୀ ଶତ୍ରୁଘ୍ନ ମାଝୀ ବୋଡ଼େନ ପୋଲିସକୁ ଜଣାଇ ଥିଲେ । ଘଟଣାର ଖବର ପାଇବା ବେଳେକୁ ସେମାନେ ବୋଡେ଼ନ ଥାନା ଅଂଚଳକୁ ପାର ହୋଇ ଖଡ଼ିଆଳ ପଟକୁ ଏକ ବୋଲେରୋରେ ଯାଇଥିଲେ । ଫଳରେ ବୋଡ଼େନ ପୋଲିସ ଖଡ଼ିଆଳ ପୋଲିସର ସହାୟତା ନେଇଥିଲେ । ପରେ ଖଡ଼ିଆଳ ଥାନା ଅଧିନସ୍ଥ ଚନାବେଡା ଠାରେ ଅଭିଯୁକ୍ତ ମାନଙ୍କୁ ବୋଲେରୋ ଗାଡ଼ିରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଖରୀଆର ପୋଲିସ ପହଂଚି ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିଥିଲା । ସୂଚନାନୁସାରେ ନିଜକୁ ଯୋଗାଣ ଅଧିକାରୀ ବୋଲି ପରିଚୟ ଦେଇ ଠକେଇ କରିଥିବା ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଖଡ଼ିଆଳ ଥାନା ଅନ୍ତର୍ଗତ ଭୂଳିୟା ସିକୁଆଁ ଗ୍ରାମର ଶରତ ମେହେର ଓ ବିନୋଦ ସେଠୀ ଏବଂ ଅନ୍ୟ ଜଣେ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁର ଇନ୍ଦ୍ରମଣି ମେହେର । ଉକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ବୋଡ଼େନ ପୋଲିସ, ଖଡ଼ିଆଳ ପୋଲିସର ସହାୟତା ରେ ଗିରଫ୍ କରି କୋର୍ଟ ଚାଲାଣ ପୂର୍ବକ ଅଧିକ ତଦନ୍ତ ଚାଲିଥିବା ବୋଡ଼େନ ଆଇ ଆଇ ସି ଶୋଭାକର ସେଠ୍ ସୂଚନା ଦେଇଛନ୍ତି । ନୂଆପଡାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More