ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ,କାରଣ ଅସ୍ପଷ୍ଟ

12

Get real time updates directly on you device, subscribe now.

ପାଟଣାଗଡ ( ସଂଘର୍ଷ ମିଡିଆ ) : ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂର୍ଘଷକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏଥିରେ ଅନ୍ୟ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।ସୂଚନାଅନୁଯାୟୀ, ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ବଥର୍ଲା ପଞ୍ଚାୟତ ଅନ୍ତର୍ଗତ ବିଲେଇସାଥି ଗ୍ରାମର କିଛି ଯୁବକ ନିକଟସ୍ଥ ସୋଲବନ୍ଧ ଗ୍ରାମର ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ପିଟିବା ଫଳରେ ଘଟଣାସ୍ଥଳରେ ଜନୈକ ଯୁବକ ଓମପ୍ରକାଶ ବେହେରା(୩୨)ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଯୁବକ ଧୁମା ମାଝି(୩୫) ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆହତ ହୋଇ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ରକ୍ତପାତର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।  ନଦୀରୁ ବାଲି ଉଠାଇବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତପାତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More