ମୋ ପୁଅ ଶୁଭମ୍ ଆତ୍ମହତ୍ୟା କରିନି, ତାକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଛି :ଶୁଭମ୍ ର ବାପା ମା

45

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : ମୋ ପୁଅ ଶୁଭମ ଆତ୍ମହତ୍ୟା କରିନି । ତାକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଛି । ଆଜିକୁ ୮ ମାସ ହେବ ପୋଲିସ କୌଣସି ପଦକ୍ଷେପ ନେଉନି , କିମ୍ବା ତଦନ୍ତ ମଧ୍ୟ ଠିକ ଭାବେ କରୁନାହିଁ । ଆମେ ଗରିବ ଲୋକ ଅମକଥା ପୋଲିସ କିଛି ଶୁଭୁନାହିଁ । ଥାନାକୁ ବାରମ୍ବାର ଦୈଡି ଦୈଡି ଥକି ପଡିଲୁଣି ବୋଲି କୋହଭରା କଣ୍ଠରେ ଏମିତି ଅଭିଯୋଗ ନେଇ ଶେଷରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଶୁଭମର ବାପା ଓ ମା । ସୂଚନାଯୋଗ୍ୟ ଯେ ଶୁଭମ ପ୍ରଧାନ ବୟସ ୧୪ । ଘର ଭଦ୍ରକ ଜିଲ୍ଲା ଧୂସୁରି ଥାନା ଝାରଡ଼ିଆ ଗାଁରେ । ଶୁଭମ ବାପାଙ୍କ ସହ ରଟନ୍ତିକାଳୀଙ୍କ ପୂଜା ବୁଲିବା ପାଇଁ ଯାଇଥିଲା । ସେଠାରୁ ଫେରି ସାଇକେଲରେ ମାମୁଁଙ୍କ ଘରକୁ ଗଲା । ବାପା ଓ ମା ମାମୁଁଙ୍କ ଘରକୁ ଫୋନ କରିବାରୁ ଶୁଭମ ଆସିନଥିବା ଜାଣିବା ପାଇଁ ପାଇଲେ । ତାପରେ ସବୁଆଡେ ଖୋଜାଖୋଜି କରି ନିରାଶ ହେଲେ, ନିଖୋଜର ପାଞ୍ଚ ଦିନ ପରେ ନଦୀ କୁଳରୁ ଏକ ଗଛ ରେ ଶୁଭମର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଲା । ଶୁଭମ ର ସ୍କୁଲ ଖାତାରୁ ୨ ଜଣ ଅଜଣା ଲୋକ ତାକୁ ଫୋନ କରି ବାରମ୍ବାର ଧମକ ଦେଉଥିବା ଶୁଭମ ସେହି ଖାତାରେ ଲେଖିଥିଲା । ସେତେବେଳେ ଶୁଭମକୁ ହତ୍ୟା କରାଯାଇଥିବା ନେଇ ପୋଲିସ ଠାରେ ଅଭିଯୋଗ କରିଥିଲେ ଶୁଭମର ବାପା ଓ ମା । ତେବେ ଧୂସୁରି ପୋଲିସ ତଦନ୍ତ ସମୟ ରେ ଶୁଭମ୍ ଖାତାରେ ଲେଖାଥିବା ଖାତାକୁ ପୋଲିସକୁ ଦେବାପରେ ପୋଲିସ ତଦନ୍ତ ଆରମ୍ଭ ହେଲା । କିନ୍ତୁ ମୃତ୍ୟୁର ୮ ମାସ ହୋଇଗଲା ପୋଲିସ ଏପର୍ଯ୍ୟନ୍ତ ଦୋଷୀ ପାଖକୁ ପହଞ୍ଚିବାରେ କୈାଣସି ତତ୍ପର ଦେଖାଉ ନାହିଁ ତଦନ୍ତରେ ସିଥିଳତା ଅନୁଭବ କରୁଛନ୍ତି ଶୁଭମର ବାପା ଓ ମା । ଏହି ଖବର ଜାନୁଆରୀ ୩୧ ତାରିଖରେ ସଂଘର୍ଷ ନିଉଜରେ ଖବର ପରିବେଷଣ କରାଯାଇଥିଲା । ଆଜି ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପୋଲିସ ତଦନ୍ତ ଠିକ ଭାବେ କରୁନଥିବା ଅଭିଯୋଗ କରିଛନ୍ତି । ମୋ ପୁଅର ହତ୍ୟାକାରୀକୁ ପୋଲିସ ଯଦି ଗିରଫ ନକରେ ଆଗାମୀ ଦିନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଶୁଭମ୍ରର ବାପା ମା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More