ମାହାଙ୍ଗା ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ବିରିଡି ବିଜେପି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ
ବିରିଡି ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ତଥା ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ସାଲେପୁର ବିଜେପି ପ୍ରଭାରୀ କୁଳମଣୀ ବରାଳ ଓ ତାଙ୍କ ଯୋଗୀଙ୍କୁ ଗତ ଶନିବାର ନିର୍ମମ ଭାବେ ହତ୍ୟା କରାଯାଇଥିବା,ପ୍ରତିବାଦରେ ଆଜି ସଂଧ୍ୟାରେ ବିରିଡି ଛକ ଠାରେ ବିଷୋଭ ପ୍ରଦର୍ଶନ କରାଯିବ ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଓ ସଂଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବୀ କରାଯିବା ସହ ତାଙ୍କର କୁଶପୁତ୍ତଳିକାଦାହ କରାଯାଇଥିଲା। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଆଇନିଜୀବୀ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ହାଜିପୁର ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡା, ପୁରଣ ମଣ୍ଡଳ ସଭାପତି ତରୁଣ ଦାସ୍,ଏସସି ମୋର୍ଚ୍ଚା ସଭାପତି ବାମଦେବ ମଲ୍ଲିକ,ଟୁଟୁ ମଲ୍ଲିକ, ପ୍ରଭୁଚରଣ ବସ୍ତିଆ,ସାଗର ଦାସ୍, ତ୍ରିଲୋଚନ ପାତ୍ର,ବିଜୟ ସାହୁ ,ଜଗନ୍ନାଥ ସାହୁ,ଦୁଃଶାସନ ସାହୁ,ରଂଜନ କୁମାର ବେହେରା, ତୋଫାନ ରଂଜନ ବେହେରା, ସନ୍ତୋଷ ସ୍ୱାଇଁ, ରତିକାନ୍ତ ପର୍ଶୁରାମ ପରିଜା, ବିଶ୍ଵଜିତ ସ୍ୱାଇଁ, ପ୍ରମୁଖ ବିଶୋଭରେ ସାମିଲ ହୋଇଥିଲା। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।