ମାହାଙ୍ଗା ପୋଲିସର ବଡ ସଫଳତା, ୨ ଅନ୍ତଃଜିଲ୍ଲା ଡକାୟତ ଗିରଫ

18

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ମାହାଙ୍ଗା ପୋଲିସ ଦୁଇ ଜଣ ଅନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ଟାଟା ଏସି ସମେତ ଦୁଇଟି ଟ୍ରାକ୍ଟର ରୋଟର ଜବତ ହୋଇଛି । ଦୀର୍ଘ ଦିନ ଧରି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟ୍ରାକ୍ଟର ଏବଂ ତାର ବିଭିନ୍ନ ସରଞ୍ଜାମ ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ତେବେ ମାହାଙ୍ଗା ପୋଲିସ ଏହି ଦୁଇ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ମାହାଙ୍ଗା ଉସୁମା ଗାଁର ପ୍ରକାଶ ସାହୁ ଏବଂ ଅନ୍ୟ ଜଣେ ସାଲେପୁର କୁସୁମ୍ବି ଗାଁର ସେକ ସାହାଯୁଦ୍ଦିନ। ଦୀର୍ଘଦିନ ଧରି ଏମାନଙ୍କ ନାମରେ ବିଭିନ୍ନ ଡକାୟତି ଅଭିଯୋଗ ରହିଥିବାର ମଧ୍ୟ ମାହାଙ୍ଗା ଆଇଆଇସି କହିଛନ୍ତି। ତେବେ ଏହି ଟିମର ଦୁଇ ଜଣ ସଦସ୍ୟ ଧରାପଡିବା ପରେ ଏବେ ପୁରା ଡକାୟତି ଟିମକୁ ପୋଲିସ ଧରିବାରେ ଜାଲ ବିଛେଇଥିବାର ଆଇଆଇସି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More