ଭଦ୍ରକ ( ସଂଘର୍ଷ ମିଡିଆ ) : ଓଡ଼ିଶାର ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ଆଜିକୁ ୩ ମାସରୁ ଉର୍ଦ୍ଧ୍ବ ଦିନ ହେବ ବିତିଯାଇଥିଲେ ମଧ୍ୟ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୃତ୍ୟୁ ହେବାର କିଛି ଦିନ ପରେ ପ୍ରଥମେ କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ପରେ ପୋଲିସର ସିଥିଳତା ଅନୁଭବ କରି ସାରା ରାଜ୍ୟରେ ବିରୋଧ ହେବାରୁ ରାଜ୍ୟ ସରକାର ଏହାକୁ କ୍ରଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର କରିଥିଲେ । କିନ୍ତୁ ୩ ମାସ ହେଲା କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ ବଢୁନଥିବାରୁ ଭଦ୍ରକରେ ଥିବା ଆଦିତ୍ୟ ଦାସଙ୍କୁ ଭଲ ପାଉଥିବା ଯୁବକ, ଯୁବତୀ ମାନେ କ୍ଷୋଭ ପ୍ରକାଶ କରିବା ସହ ଏହି ଘଟଣାରେ ନ୍ୟାୟ ପାଇଁ ବିଳମ୍ବ ହେବାରୁ ପରିବାର ଲୋକ CBI ତଦନ୍ତ ପାଇଁ କହୁଛନ୍ତି ଦାବି କରିଛନ୍ତି ।ସେହିପରି ଆଜି ମାରୁତିସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟରଙ୍କୁ ଦାବିପତ୍ର ଦେବା ସହ ଏହାର CBI ତଦନ୍ତ ପାଇଁ ଦାବି କରିଛନ୍ତି ମାରୁତିସେନାର କର୍ମକର୍ତ୍ତାମାନେ।