ମାଛ ଧରିଵା ହେଲା କାଳ

17

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଲ ଥାନା ଅନ୍ତର୍ଗତ ସରପା କ୍ଷୁଦ୍ର ଜଳପ୍ରକଳ୍ପରେ ଏକ ଅଘଟଣ କ୍ରମେ ଜଣେ ଯୁବକ ଗତକାଲି ଅପରାହ୍ନରେ ମାଛମାରିବାକୁ ଯାଇ ମୃତ ହୋଇଥିବା ଜଣା ପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଘଡଖଣ୍ଡ ଅଂଚଳରୁ ଆସି ଏକଦମ୍ପତି ସୁରେଶ ବାଉରିଆ ଓ ତା ସ୍ତ୍ରୀ ପଦ୍ମାବତୀ ବାଉରିଆ ରାସୋଲ ଥାନା ଅଂଚଳର ରାଧାଘର ନିକଟରେ ରହି କାମ ଧନ୍ଦା କରି ଚଳୁଥିବା ବେଳେ ଗତକାଲି ମଙ୍ଗଳ ବାର ନିକଟସ୍ଥ ସରପା ଜଳପ୍ରକଳ୍ପକୁ ମାଛ ଧରିବା ପାଇଁ ଯାଇଥିଲେ। ସୁରେଶ ମାଛ ଧରିବା ପାଇଁ ପାଣି ଭିତରକୁ ପଶିଥିବା ବେଳେ ତାର ସ୍ତ୍ରୀ ପଦ୍ମାବତୀ କେନାଲ ଉପରେ ବସିଥିଲା ,ବହୁ ସମୟ ଅପେକ୍ଷା କରିବା ପରେ ତା ସ୍ଵାମି ନ ଆସିବାରୁ ରାତି ପ୍ରାୟ ୧୦ଟା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇବାରୁ ସ୍ଥାନୀୟ ଲୋକମାନେ ରାସୋଲ ଓ ଖଜୁରିଆ କଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖଜୁରିଆ କଟା ଓ ରାସୋଲ ଅଗ୍ନିଶମ ବିଭାଗ ବୁଧୁବାର ସକାଳୁ ଆସି ବହୁ ପାଣି ଭିତରୁ ବହୁ ଖୋଜ ଖୋଜି କରି ସୁରେଶକୁ ପାଣି ଭିତରୁ ବାହାର କରିଥିଲେ । ସେତେବେଳକୁ ସୁରେଶ ପାଣିଭିତରେ ମୃତ୍ୟୁ ହୋଇଥିଲା। ରାସୋଲ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସୁରେଶର ଶବକୁ ଉଧାର କରି ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛନ୍ତି। ତେବେଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ରାସୋଲ ଥାନା ଅଧିକାରୀ ସୁମନ୍ତ ଦେହୁରୀ ସୂଚନାପ୍ରଦାନ କରିଛନ୍ତି।। ଢେଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More