ୱାଶିଂଟନ ( ଏଜେନ୍ସି ) : ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ନିର୍ଦେଶକ ମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ସାମାଜିକ କାର୍ଯ୍ୟ ପାଇଁ ଅଧିକ ସମୟ ଦେବା ଲାଗି ସେ ଇସ୍ତଫା ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ସେ କମ୍ପାନୀରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲା ଏବଂ ଅନ୍ୟ ଅଧିକାରୀମାନଙ୍କର ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଭାବେ କାର୍ଯ୍ୟ ଜାରି କରିବେ।