ମହାମାରୀ କାରୋନା ସମୟରେ ଚାଲିଛି ବେଧଡକ ଦେହ ବେପାର

20

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ମହାମାରୀ କାରୋନା ସମୟରେ ପୁଣି ଦେହ ବେପାର । ସୁଦୂର କଲିକତାରୁ ଧାଇଁ ଆସିଛନ୍ତି ଏ ବଙ୍ଗୀୟ ଯୁବତୀମାନେ । ଦେହାର ଭୋକ ମେଣ୍ଟାଇବାସହ କିଛି ଅର୍ଥ ରୋଜଗାର କରିବା ଏମାନଙ୍କର ଲକ୍ଷ । ଏମିତି ଏକ ସ୍ପର୍ଶକାତର ପ୍ରସଙ୍ଗ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀରେ । ପୁରୀ ବଳିଆପଣ୍ଡା ଥାନା ପୋଲିସ ପୁନର୍ବାର ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ଏକ ହୋଟେଲରେ ଚଢ଼ାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ପୁରୀ ନିମାପଡାର ଶୁଭନ୍ୱେଷ ସ୍ୱାଇଁ ବୟସ-୫୦, ଏରସମାର ଦେବୀ ପ୍ରସାଦ ମାଝୀ ବୟସ- ୨୬ ଓ କୋଲକତାର ସପନ ଦତ୍ତ ବୟସ- ୩୬ । ଗତକାଲି ସନ୍ଧ୍ୟାରେ ହୋଟେଲ Sea View Inn ର ୩ଟି କୋଠରୀରେ ପୋଲିସ ଚଢ଼ାଉ କରିଥିଲା। hotel no- 102ର ଗୋଟିଏ କୋଠରୀରେ ୪ ଜଣ ଯୁବତୀ ଥିବାବେଳେ ଅନ୍ୟ କୋଠରୀ no -103 ରେ ୨ ହଳ ଯୁବକ ଓ ଯୁବତୀ ଅସଂଯତ ଅବସ୍ଥାରେ ଥିଲେ। ଏଥିସହ ୫ ଜଣ ବଙ୍ଗୀୟ ଯୁବତୀଙ୍କୁ ଥାନାରେ ପଚରାଉଚୁରା କରାଯାଉଛି।ଗିରଫ ଅଭିଯୁକ୍ତଙ୍କୁ ଇମୋରାଲ ଟ୍ରାଫିକିଙ୍ଗ ଆକ୍ଟର ଧାରା ୩,୫,୬ ଓ ୭ ରେ କୋର୍ଟଚାଲାଣ କରାଯାଇଛି। କୋଠରି ଭିତରୁ କେତେକ ବ୍ୟବହୃତ କଣ୍ଡୋମ ଓ Man Force Tablet ପୁଲିସ ଜବତ କରିଛି । ଗତ ସେପ୍ଟେମ୍ବର ୧୪ତାରିଖରେ ପୋଲିସ ଚଢ଼ାଉ କରି ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଦେହର ଭୋକ ଆଗରେ ଯେପରି କାରୋନା ହାରମାନିଛି ବୋଲି ସାଧାରଣରେ ଚର୍ଚା ଜୋର ଧରିଛି । ପୁରୀରୁ ଶଙ୍କର ଶର୍କାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More