ଭଞ୍ଜନଗର(ସଂଘର୍ଷ ମିଡିଆ ) :-କଥାରେ ଅଛି ମଣିଷ ସେବା ହିଁ ମାଧବ ସେବା । ଆଜି ସେଇ ମଣିଷ ସେବା କରି ପ୍ରଶଂସାର ପାତ୍ର ସାଜିଛନ୍ତି, ଜଣେ ଉଚ୍ଚ ପଦବୀ ସରକାରୀ ବାବୁ । କିଛିଲୋକ କୁହନ୍ତି ଯେତେବେଳେ ମଣିଷ ବଡ ପଦବୀର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ । କିନ୍ତୁ ନା ! ତାର ବିପରୀତ କରି ଦେଖେଇଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ, ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ । ଭଓ ୧ : ମହାମାରୀ କରୋନା ଆସିବା ଦିନଠାରୁ ଅନେକ ଘଟଣା ନଜର କୁ ଆସିଛି । କେଉଁଠି ଲୋକଟିଏ କୋଭିଡ ରୋଗରେ ଆକ୍ରାନ୍ତ ଥିଲେ ଲୋକେ ମୁହଁ ଫେରେଇ ନେଉଛନ୍ତି ତ ଆଉ କେଉଁଠି କୋଭିଡ ରେ ମୃତ୍ୟୁ ହେଲେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି । ଗତ କାଲି ରାତ୍ର ରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ କୋଭିଡ କେୟାର ସେଣ୍ଟର ରେ । ଭଞ୍ଜନଗର ଲଣ୍ଡେଇ ସାହି ବାସିନ୍ଦା କାଳୀ ଚରଣ ସାହୁ କୋଭିଡ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ, ପରିବାର ଲୋକେ ଶବ ନେବାକୁ ମନା କରିଦେଇଥିଲେ । ଶବ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଉପଜିଲ୍ଳାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ଶବ ଉଠେଇ ସ୍ମସାନରେ ଶବଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି । ପରିବାର ଵର୍ଗ କରୋନା ସନ୍ଦେହ କରି ଶବ ପାଖ ଯାଇ ନ ଥିବା ବେଳେ ଖୋଦ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟର ରାଜସ୍ବ ସହାୟକ ଯେଉଁ ଭଳି ଭାବେ ପରିଚୟ ଦେଇଛନ୍ତି ନିଶ୍ଟିତ ଭାବେ ପ୍ରଶଂସାର ପାତ୍ର | ଉପଜିଲ୍ଲାପାଳଙ୍କ ଏହି ମଣିଷ ପଣିଆ ଦେଖି ଅଞ୍ଚଳ ବାସୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ଉପଖଣ୍ଡ ଡାକ୍ତରଖାନା ର ହସ୍ପିଟାଲ ମେନେଜର ବିଚିତ୍ର କୁମାର ପାଣିଗ୍ରାହୀ ରାତିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।