ମହଙ୍ଗା ପଡିଲା ସମ୍ପର୍କୀୟ ବିବାହିତ ଭାଣିଜୀ ସହ ପ୍ରେମ

28

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର ଏରଡଙ୍ଗ ଗ୍ରାମର ଅଭାବନୀୟ ଘଟଣା। ଚାରୋଟି ଛୁଆ ଥିବା ଭାଣିଜୀ ସହ ପ୍ରେମ ଓ ଅନୈତିକ ସମ୍ପର୍କ ରଖି ସମ୍ପର୍କୀୟ ମାମୁ ଗଲେ ଜେଲ୍।ଏରଡଙ୍ଗ ଗ୍ରାମର ପିତା୰ ଶଙ୍କର ଜେନା ଙ୍କ ପୁତ୍ର ଶିବ ପ୍ରସାଦ ଜେନା ୨୦୧୨ ମସିହା ନୀକିରେଇ ଥାନା ଅଧୀନସ୍ଥ ଚାରୀଗାଁ ଗଣ୍ଡସାହି ସ୍ଥିତ ପିତା ୰ ମହନୀ ଜେନା ଙ୍କ ଝିଅ ପ୍ରମିଳା ଜେନା ଙ୍କୁ ହିନ୍ଦୁ ଧର୍ମର ବୈଦିକ ରୀତି ଅନୁସାରେ ବିବାହ କରିଥିଲେ। ପ୍ରମିଳାଙ୍କ ବୈବାହିକ ଜୀବନ ବେସ୍ ହସ ସୁଖରେ ବିତୁଥିଲା ପ୍ରମିଳାଙ୍କ ଦୁଇଟି କୋମଳମଇ କନ୍ୟା ଓ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଗତ ପାଞ୍ଚ ବର୍ଷ ପୂର୍ବେ ସେହି ଗ୍ରାମର ଚାରୋଟି ଛୁଆର ଭାଣୀଜି ଝରଣା ଜେନା ଙ୍କ ପ୍ରେମରେ ସ୍ବାମୀ ଶିବ ପ୍ରସାଦ ପଡିଯାଇଥିଲେ। ଠିକ୍ ସେହି ଦିନଠାରୁ ଆରମ୍ବ ହୋଇଯାଇଥିଲା ପ୍ରମିଳାଙ୍କ ଉପରେ ମାନସିକ ଓ ସାରୀରିକ ନିର୍ଯ୍ୟାତନା।ପ୍ରମିଳାଙ୍କୁ ବହୁତ ଥର ମାଡ଼ ମାରିଛନ୍ତି ସ୍ବାମୀ ଶିବ ପ୍ରସାଦ।ଏ ବିଷୟ ବାପଘର ପଯ୍ୟନ୍ତ ଜାଇଛି କିନ୍ତୁ ପ୍ରମିଳାଙ୍କ ଭାଇ ଆସି ସ୍ଥାନୀୟ ସରପଞ୍ଚ ଓ ଗ୍ରାମର ଭଦ୍ରଲୋକଙ୍କ ମାଧ୍ୟମରେ ଆଳି ଥାନାରେ ସମାଧାନ ହେବାର ନଜିର ଅଛି। ଗତ ୨୦.୧୦.୨୦୨୦ ରିଖ ମଙ୍ଗଳବାର ରାତିରେ ସ୍ତ୍ରୀ ପ୍ରମିଳାଙ୍କୁ ମୁହଁକୁ ଗାମୁଛାରେ ବାନ୍ଧିବା ସହିତ ହାତ ଓ ଗୋଡ଼କୁ ବାନ୍ଧି ଶିବ ପ୍ରସାଦ ଜେନା, ପ୍ରେମିକା ଝରଣା ଜେନା, ଭାଉଜ ଜୟା ଜେନା, ନିରାକାର ଜେନା,ନିର୍ମଳ ଜେନା, ରମାକାନ୍ତ ଦାସ ଛଅ ଜଣମିସି ଘରୁ ଟେକି ନେଇ ଛାତ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ସମୟରେ ଶିବ ପ୍ରସାଦର ଝିଆରୀ କାନ୍ଦିବାରୁ ଭାଇ ଦାଶରଥି ଜେନା ବାହାରକୁ ଉଠିଥିଲେ ଦେଖିଥିଲେ ଘରଠାରୁ ପନ୍ଦରରୁ କୋଡ଼ିଏ ଫୁଟ୍ ଦୂରରେ ନିଆଁ ଜଳୁଛି।କିଛି ବୁଝିବା ପୂର୍ବରୁ ପାଟି କରିଥିଲେ ଦାଦା ପାଟିସୁଣି ତଳ ଘରେ ରହୁଥିବା ଝିଆରୀ ଅନିତା ଓ ବଡ଼ ଭାଉଜ ଧାଇଁ ଆସି ଦେଖିଥିଲେ ଦାଦା ଦାଶରଥି ଜଳୁଥିବା ନିଆଁକୁ ଲିଭାଉଛନ୍ତି। ସମସ୍ତେ ମିଶି ପ୍ରମିଳା ମୁହଁ ହାତ ଗୋଡ଼ ବାନ୍ଧା ହୋଇଥିବା ଗାମୁଛା ଖୋଲିଥିଲେ।ପ୍ରମିଳା ଚେତାସୁନ୍ୟ ହୋଇଥିବା ଦେଖି ତୁରନ୍ତ ଆଳି ସ୍ଵାସ୍ଥକେନ୍ଦ୍ରକୁ ନେଇଥିଲେ। ପ୍ରମିଳାର ହୋଶ୍ ଆସିଲା ପ୍ରମିଳା ସମସ୍ତ କଥା ପ୍ରକାଶ କରିଥିଲେ।ପ୍ରମିଳା କଥାକୁ ଭିତ୍ତି କରି ଆଳି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଆଳି ପୋଲିସ ପାଣିଗ୍ରାହୀ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣଙ୍କୁ ଗିରଫ କରିବା ସହ ଅନ୍ୟ ପାଞ୍ଚ ଜଣକୁ ଛାଡି ଦେଇଥିଲେ।ଏ ଖବର ସୁଣି ଏରଡଙ୍ଗ ଗ୍ରାମର ମହିଳା ଓ ପୁରୁଷ ଓ ସ୍ଵୟଂ ସହାଇକା ଗୋଷ୍ଠୀର ମହିଳା ମାନେ ଆଳି ଥାନାକୁ ଯାଇ ପାଞ୍ଚ ଜଣଙ୍କୁ କାହିଁକି ଛାଡିଦେଲ ପଚାରିବାରୁ ଆଳି ସବ୍ ଇନ୍ସପେକ୍ଟର ପାଣିଗ୍ରାହୀ ବାବୁ ରାଗିଯାଇ ବାହାରିଜା ବୋଲି କହିଥିଲେ। ଆଳି ପୋଲିସର ଏଭଳି କଥା ସୁଣି ଜନସାଧାରଣ ମାନେ ଦୁଃଖପ୍ରକାସ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଜଣ ଙ୍କୁ ହାତ ଓ ଗୋଡ଼ ବାନ୍ଧିବା ଓ ନିଆଁରେ ପୋଡ଼ି ବା ଜଣଙ୍କର କାର୍ଯ୍ୟ ନୁହେଁ ଏହା ପଛରେ ଆହୁରି କିଛି ଲୋକ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆଳିରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More