ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

10

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ): ମାର୍ଶାଘାଇ ଥାନା ଅର୍ନ୍ତଗତ ଚଣ୍ଡିଖୋଲ – ପାରାଦୀପ ନଂ୫(କ) ଜାତୀୟ ରାଜପଥର ଯଦୁପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏକ ଆଇରନ୍ ବୋଝେଇ ଟ୍ରକ ପଛରେ ଆଉ ଏକ ଆଇରନ୍ ବୋଝେଇ ଟ୍ରକ ଧକ୍କା ଦେଇଛି । ଫଳରେ ଧକ୍କା ଦେଇଥିବା ଟ୍ରକ ର ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ପହଞ୍ଚି କଟର୍ ମେସିନ ସାହାଯ୍ୟରେ ଗାଡିକୁ କାଟି ଡ୍ରାଇଭରକୁ ବାହାର କରିଛନ୍ତି । ମୃତ ଡ୍ରାଇଭର ଜଣକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗ୍ରାମର ନରହରି ପ୍ରଧାନ ବୋଲି ଜଣାପଡିଛି । ମାର୍ଶାଘାଇ ପୋଲିସ ପହଞ୍ଚି ଶବ ଜବତ କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ଯବଛ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More