ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

9

Get real time updates directly on you device, subscribe now.

ପିପିଲି ( ସଂଘର୍ଷ ମିଡିଆ ) : ଭୁବନେଶ୍ଵର – ପୁରୀ ଜାତୀୟ ରାଜପଥ ଗୁଡିଆପୋଖରୀ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଜଣଙ୍କକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ କଣାସ ବ୍ଲକ ସିରେଇ ଗ୍ରାମର ବୋଲି ଜଣାପଡିଛି ।
ସୂଚନାଅନୁସାରେ ସକାଳେ ଗୁଡୁଆପୋଖରୀ ରୁ ଭୁବନେଶ୍ଵର ଯାଉଥିବା ଏକ ଟ୍ରକକୁ ପଛରୁ ବାଇକ ଧକ୍କା ଦେଇଥିଲା । ବାଇକ ଟ୍ରକ ପଛରେ ଧକ୍କାଦେବା ଫଳରେ ବାଇକ ଚଳାକ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ । ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡିକୁ ଜବଦ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More