ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍‍ ଆରୋହି ମୃତ, ଜଣେ ଗୁରୁତର

10

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାର ସ୍ଥିତ ଶ୍ରୀଗୋପୀନାଥଦେବଙ୍କ ମନ୍ଦିର ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‍ ଚାଳକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ଅକ୍ଷୟ କୁମାର ପ୍ରଧାନ ଓରଫ ଦିପୁ (୨୮) ଓ ତାଙ୍କ ଘର ନିକଟବର୍ତ୍ତୀ ଅରିଶଲ ନୂଆଗାଁ ଛକ ସ୍ଥିତ ଡିହସାହି ଗ୍ରାମରେ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଦୁଇଜଣ ଯୁବକ ଏକ ବାଇକରେ ଦାଣ୍ଡମୁକୁନ୍ଦପୁର ବଜାରରୁ ପିପିଲି ଆଡକୁ ଆସୁଥିବା ବେଳେ କୌଣସି କାରଣରୁ ବାଇକ୍‍ଟି ଭାରସାମ୍ୟ ହରାଇ ଶ୍ରୀଗୋପୀନାଥଦେବଙ୍କ ମନ୍ଦିର ସମ୍ମୁଖରେ ରାସ୍ତା କଡରେ ଠିଆ ହୋଇଥିବା ଏକ ମାଲ୍‍ବାହୀ ଟ୍ରକ୍‍ ପଛରେ ଧକ୍କା ଦେବା ସହ ବାଇକ୍‍ଟି ଟ୍ରକ୍‍ ପଛରେ ପଶିଯାଇଥିଲା। ଫଳରେ ବାଇକ୍‍ ଚାଳକ ଅକ୍ଷୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‍ ପଛରେ ବସିଥିବା ଯୁବକ ଜଣକ ଗୁରୁତର ହୋଇଥିଲେ। ଖବର ପାଇ ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ରବିନ୍ଦ୍ର ନାୟକ, ଶେଷଦେବ ସୁବୁଦ୍ଧି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀଙ୍କ ସହାୟତାରେ ଉଭୟ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ମେଡିକାଲ ପଠାଇଥିଲେ। ପିପିଲି ଡାକ୍ତରଖାନାରେ ଅକ୍ଷୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇଟିିଯାକ ଗାଡିକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତଦେହକୁ ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସୂଚନା ମିଳିଛି। ମୃତ ଅକ୍ଷୟ ପିପିଲି ସ୍ଥିତ ଏକ ପେଟ୍ରୋଲ ଟାଙ୍କିର କର୍ମଚାରୀ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More