ନୂଆଦିଲ୍ଲୀ ( ଏଜେନ୍ସି ) : ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଏକ ଛାତି ଥରା ଦୁର୍ଘଟଣା ଘଟିଛି। ସମସ୍ତ ଶ୍ରମିକ କଣ୍ଟେନରରେ ଯାତ୍ରା କରୁଥିଲେ ।ସୂଚନା ଅନୁଯାୟୀ ପୋଲିସ ଏବଂ ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେହିପରି ଏଯାବତ ମୃତକଙ୍କ ପରିଚୟ ମିଳିପାରିନାହିଁ। କେବଳ ଏତିକି ସ୍ପଷ୍ଟ ହୋଇଛି ଯେ ଏମାନେ ସମସ୍ତେ ଉତ୍ତରପ୍ରଦେଶରେ ରହୁଥିଲେ ଏବଂ ମହରାଷ୍ଟ୍ରକୁ ଫେରୁଥିଲେ।