ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ପ୍ରବାସୀ ଶ୍ରମିକ ମୃତ, ୧୧ ଆହତ

9

Get real time updates directly on you device, subscribe now.

ଭୋପାଳ ( ଏଜେନ୍ସି ) : ମଧ୍ୟପ୍ରଦେଶର ନରସିଂହପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ନରସିଂହପୁର ଜିଲାର ପଥଗ୍ରାମ ପାଖରେ ଏକ ଆମ୍ବ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲ। । ଟ୍ରକଟି ଓଲଟି ପଡିବା ଫଳରେ ଏଥିରେ ଥିବା ୫ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆମ୍ବ ଟ୍ରକରେ ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦରୁ ଉତ୍ତରପ୍ରଦେଶର ଆଗ୍ରାକୁ ଯାଇଥିଲେ । ନରସିଂହପୁର ଜିଲାପାଳ ଦୀପକ ସାକ୍ସେନା କହିଛନ୍ତି ଆମ୍ବ ଭର୍ତ୍ତି ହୋଇଥିବା ଏହି ଟ୍ରକରେ ସମୁଦାୟ ୧୮ ଜଣ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More