ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ , ୩ ଗୁରୁତର

19

Get real time updates directly on you device, subscribe now.

ଢେଙ୍କାନାଳ ( ସଂଘର୍ଷ ମିଡିଆ ) : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ଜିପକୁ ଏକ ଟ୍ରକ ଧକ୍କା ଦେବାରୁ ଓଡ଼ିଶା ସଶସ୍ତ୍ର ପୁଲିସ ବାହିନୀ (ଓଏସଏପି) ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ଓଏସଏପି ଫାଷ୍ଟ ବାଟାଲିଅନର ଜଣେ ଡ଼େପୁଟି ସୁବେଦାର ବୋଲି ଜଣାପଡ଼ିଛି। ଗୁରୁତର ୩ ଜଣ କନେଷ୍ଟବଲ ଓ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କଟକରୁ ଫେରିବା ବେଳେ କଲେଜ ବାଇପାସ ରାସ୍ତାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଫେରାର ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More