ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ମଦ ମାଫିଆଙ୍କ ଆକ୍ରମଣ ରେ ୭ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଦୁଇଜଣ ଆସାମୀଙ୍କ ସହ ମଦକୁ ମଧ୍ୟ ଛଡାଇନେଲେ ମଦ ମାଫିଆ ମାନେ । ମଦ ମାଫିଆଙ୍କ ଆକ୍ରମଣରେ ଆହତ ହୋଇ ଅବକାରୀ କର୍ମଚାରୀ ମାନେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ପୁରୁଣାବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବାଧ ମଦ କାରବାର ବଢିଚାଲିଛି. ବାରମ୍ବାର ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି । ଆଜି ମଧ୍ୟ ଭଦ୍ରକ ଅବକାରୀ ବିଭାଗ ମିର୍ଜାପୁର ଅଞ୍ଚଳକୁ ଯାଇ ମଦ ଜବତ କରିବା ସହ ଦୁଇ ଆସାମୀଙ୍କୁ ମଧ୍ୟ ଧରି ରାସ୍ତାରେ ନେଇ ଆସୁଥିବା ବେଳେ ଗ୍ରାମର ୨୦/୨୫ ଜଣ ମଦ ମାଫିଆମାନେ ଉତକ୍ଷିପ୍ତ ହୋଇ ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ସହ ମାଡ଼ ମାରି ଜବତ ହୋଇଥିବା ମଦ ସହ ଅଭିଯୁକ୍ତ ମାନଙ୍କୁ ଅବକାରୀ କର୍ମଚାରୀଙ୍କ ହାତରୁ ଖସାଇ ନେଇଥିଲେ । ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁ ରେ ଅଟକାଇଥିଲେ । ପରେ ଖବର ପାଇ ପୁରୁଣାବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ପୁରୁଣା ବଜାର ଥାନାରେ ଏକ କେସ ରୁଜୁ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More