ମଦ୍ୟପ ସ୍ୱାମୀକୁ ବାଡେଇ ମାରିଦେଲା ସ୍ତ୍ରୀ

32

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଅରିଲୋ ପଞ୍ଚାୟତର ସଦେଇପୁର ଗ୍ରାମରେ ସ୍ତ୍ରୀ ନିଜ ସ୍ୱାମୀକୁ ମାରିଥିବା ନେଇ ଅଭିଯୋଗ ହୋଇଛି । ସଦେଇପୁର ଗ୍ରାମର ପିତାମ୍ବର ସାମଲ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ସାନ ପୁଅ ସୁଶାନ୍ତ ସାମଲକୁ ତାଙ୍କ ବୋହୁ କବିତା ସାମଲ ରାତିରେ ବାଡେଇ ବାଡେଇ ମାରି ଦେଇଛି । ବାଲିକୁଦା ପୋଲିସ ଅଭିଯୋଗ ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମସହ ପହଁଚି ସୁଶାନ୍ତ ସାମଲଙ୍କ ମୃତ ଦେହ ଜବତ କରିବା ସହ କବିତା ସାମଲକୁ ଗିରଫ କରିଛି । କବିତା ସାମଲ ପୋଲିସ ଆଗରେ ମଧ୍ୟ ସ୍ବାମୀ ସୁଶାନ୍ତ କୁ ମର୍ଡର କରିଥିବା ସ୍ୱୀକାର କରିଛି।ସୂଚନାରୁ ପ୍ରକାଶ ଯେ ମୃତ ସୁଶାନ୍ତ ଓ କବିତା ଦୀର୍ଘ ୧୦ ବର୍ଷ ହେବ ପ୍ରେମ ବିବାହ କରିଥିଲେ । ତାଙ୍କର ମଧ୍ୟ ୨ଟି କନ୍ୟା ସନ୍ତାନ ଅଛନ୍ତି । ସୁଶାନ୍ତ ଜଣେ ଟ୍ରକ ଡ୍ରାଇଭର ସେ ପ୍ରତେକ ଦିନ ନିସାସେବନ କରି ଆସି କବିତାଙ୍କ ସହ ପାଟିତୁଣ୍ଡ କରେ । କବିତା ଶେଷରେ ଅସହ୍ୟ ହେବାରୁ ପ୍ରେମ ସମ୍ପର୍କକୁ ପଛରେ ପକାଇ ଗତକାଲି ରାତିରେ ଟାଙ୍ଗିଆ ସାହାଯ୍ୟରେ ବାଡେଇ ବାଡେଇ ମାରି ଦେଇଥିବା ପୋଲିସ ଆଗରେ କହିଛି । ମୃତ ସୁଶାନ୍ତଙ୍କ ଭାଇ ରବୀନ୍ଦ୍ର ସାମଲ ମଧ୍ୟ କୁହନ୍ତି ତାଙ୍କର ସ୍ବାମୀ ସ୍ତ୍ରୀ ଙ୍କର ସବୁବେଳେ ଗଣ୍ଡଗୋଳ ହୋଇଥାଏ । ତେବେ ସେ କିପରି ମାରିଛି ତାହା ତଦନ୍ତ କଲେ ଜଣାପଡିବ । ତେବେ ବାଲିକୁଦା ପୋଲିସ ପକ୍ଷରୁ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More