ଭୁବନେଶ୍ୱରରେ ଜୁଆ ଆଡ୍ଡା ଠାବ ; ୯ ଗିରଫ

10

Get real time updates directly on you device, subscribe now.

ଭୁବନେଶ୍ୱର : କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ଜୁଆ ଖେଳ। ଭୁବନଶ୍ବରସ୍ଥିତ ଆଇଆରସି ଭିଲେଜ ଭିଆଇପ କଲୋନୀରେ ଶନିବାର ଜୁଆ ଆଡ୍ଡା ଠାବ କରିଛି ପୁଲିସ। ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ  ଜୁଆ ଆଡା ଉପରେ ପୁଲିସ ଚଢାଉ କରିଥିଲା। ଏହି ଚଢାଉ ସମୟରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୩ଟି କାର୍ ସହ ୯ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା । ହେଲେ କିଭିଳି ଭାବେ କରୋନା କଟକଣା ମଧ୍ୟରେ ଜୁଆ ଖେଳ ଚାଲିଥିଲା ସେ ନେଇ ପୁଲିସର ତଦନ୍ତ ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More