କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ସବୁ ପେନସନ୍ ଭୋଗି ବିନା ଆଧାରରେ ଆଉ ପେନସନ ପାଇବେ ନାହିଁ। କୋଭିଡ୍-୧୯ ପରବର୍ତ୍ତୀ ସ୍ଥିତିରେ ସମସ୍ତ ପେନସନ୍ ଭୋଗୀଙ୍କୁ ଆଧାର ନମ୍ବର ନିର୍ଦ୍ଧିଷ୍ଟ ପୋଟାଲରେ ସଂଯୋଗ କରିବା ଆବଶ୍ୟକ ଅଟେ। ଏଥି ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଗତ ତା୦୩/୧୧/୨୦୨୦ ରେ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଏହାର ଏକ ସମୀକ୍ଷା ବୈଠକ କରିଥିଲେ। ବିଭାଗୀୟ ଶାସନ ସଚିବ ଚଳିତ ମାସ ଶେଷ ସୁଦ୍ଧା ବିନା ଆଧାରରେ ପେନସନ୍ ଗ୍ରହଣ କରିଥିବା ପେନସନ୍ ଭୋଗୀଙ୍କ ତଥ୍ୟ ସଂଗ୍ରହ କରି ଓସିଏସି ମାଧ୍ୟମରେ ଠିକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମସ୍ତ ବ୍ଲକ ଓ ମୁନିସିପାଲିଟି ଗୁଡିକୁ ଏହାର ରୂପାୟନ ପାଇଁ ନିର୍ଦ୍ଦେଶ ଦେବା ସହ ଘରେ ପଡିରହିଥିବା ଭିନ୍ନକ୍ଷମ,ବୟସ୍କ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି କରିବାକୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆଜି ୦୪/୧୧/୨୦୨୦ ରିଖରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନା ତଥା ଜିଲ୍ଲା ଇ-ଗଭରନାନ୍ସ ମ୍ୟାନେଜର ଶ୍ରୀ ଜ୍ଞାନରଞ୍ଜନ ସେଠୀଙ୍କ ସହଯୋଗ ରେ ଡେରାବିଶ ବ୍ଲକ ର ଆଧାର ସଂଞ୍ଚାଳକ ଉପେନ୍ଦ୍ର କୁମାର ସିଂ ଙ୍କ ଦ୍ୱାରା ଚାନ୍ଦୋଳ ପଞ୍ଚାୟତର ଖରଦ୍ଧାସାହି ଗ୍ରାମର ୨୦୧୧ ମସିହା ରୁ ଗୋଟିଏ ସ୍ଥାନରେ ପଡିରହିଥିବା ଭିନ୍ନକ୍ଷମ ସଞ୍ଜୟ ଜେନା, ପିତା-ବିଦ୍ୟାଧର ଙ୍କର ଆଧାର କାର୍ଡ଼ ତାଙ୍କ ଘରେ ପହଞ୍ଚି କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି। ପଯ୍ୟାୟ କ୍ରମେ ପ୍ରତ୍ୟେକ ବ୍ଲକ ଓ ମୁନିସିପାଲିଟି ରେ ଥିବା ଆଧାର ଟିମ୍ ଗୁଡିକ ଘରୁ ଉଠିପାରୁନଥିବା ଏଭଳି ବ୍ୟକ୍ତି ଙ୍କ କରାଇବାର ପ୍ରୟାସ କରିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଏ। ଯଦ୍ୱାରା କି ଶହେ ଶତାଂଶ ଆଧାର ଉପଲବ୍ଧ ସହଜ ହୋଇପାରିବ।କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତ ଙ୍କ ସହ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।