ଭିଜିଲାନ୍ସ ଜାଲରେ ଭଦ୍ରକ ଶ୍ରମ କାର୍ଯ୍ୟାଳୟ କିରାଣୀ

19

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ । ଲେବର ଲାଇସେନ୍ସ ନଵୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟ ଏଜେନସି ଠାରୁ ୯୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଲେ । ଲେବର ଲାଇସେନ୍ସ ନଵୀକରଣ କରାଇଦେବା ପାଇଁ ପୂର୍ବରୁ ୧୩୦୦୦ ଟଙ୍କା ଡିମାଣ୍ଡ କରିଥିଲେ। ତେଵେ ଏନେଇ ଭବାନୀ ସିକ୍ୟୁରିଟ ସର୍ଭିସର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କ ଠାରୁ ଏହି ଟଙ୍କା ମାଗିଥିଲେ । ଲାଞ୍ଚ ମାଗିବ।ନେଇ ଅକ୍ଷୟ ଭିଜିଲାନ୍ସ ବିଭାଗର ସହାୟତା ଲୋଡିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଶ୍ରମ କାର୍ଯ୍ୟାଳୟ ରେ ୯୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିବା ପରେ ଗିରଫ ହୋଇଛନ୍ତି କିରାଣୀ ସୁଧାକର ବାରିକ । ତାଙ୍କ ଠାରୁ ୯୦୦୦ଟଙ୍କା ଜବଦ ହେବା ସହ ଏ ନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ବୋଲି ଭିଜିଲାନ୍ସ ଡି ଏସ ପି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More