।ଯାଜପୁର ( ସଂଘର୍ଷ ମିଡିଆ ) : ଭିଜିଲାନ୍ସ ଜାଲରେ ବିଦୁତ ବିଭାଗ ଯନ୍ତ୍ରୀ । ଯାଜପୁର ଜିଲ୍ଲା ବଡ଼ଚଣା ବିଦୁତ ଉପଖଣ୍ଡର ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁ ୧୦୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ, ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସ୍ଥାନୀୟ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମର ଚିତ୍ତରଞ୍ଜନ ନାୟକ, ତାଙ୍କ ଘର ପାଖରେ ଥିବା 11 kv ବିଦୁତ ଲାଇନ ସ୍ଥାନାନ୍ତର ନେଇ ବଡ଼ଚଣା ବିଦୁତ ବିଭାଗକୁ ଲିଖିତ ଅଭିଯୋଗ କରି ଥିଲେ, ଏ ନେଇ ବାରମ୍ବାର ଅଫିସକୁ ଯାଇ ଥିଲେ ସୁଦ୍ଧା କୌଣସି ସମାଧାନ ହୋଇ ନଥିବା ବେଳେ, ବିଦୁତ ବିଭାଗ ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁଙ୍କୁ ଏଥି ପାଇଁ ୧୦୦୦୦ ଟଙ୍କା ଲାଞ୍ଚ ମାଗି ଥିଲେ, ଏ ନେଇ ଯାଜପୁର ଭିଜିଲାନ୍ସକୁ ଅଭିଯୋଗକାରି ଜଣାଇ ଥିଲେ । ଆଜି ଭିଜିଲାସନ୍ସ ଟିମ ବଡ଼ଚଣା ବିଦୁତ ଉପଖଣ୍ଡ ରେ ପହଂଚି ଯନ୍ତ୍ରୀ ୧୦୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡ ଧରି ଥିଲେ, ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଭିଜିଲାସନ୍ସ Addl. Sp ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ଥିଲା ଯାହାର ତଦନ୍ତ ଅଧିକରୁ ଅଧିକ ଜାରି ରହିଛି। ଯାଜପୁରରୁ ଚିତ୍ତରଞ୍ଜନ ସିଂହଙ୍କ ରିପୋର୍ଟ୍ ସଙ୍ଘର୍ଷ ନ୍ୟୁଜ ।