ଭିଜିଲାନ୍ସ ଜାଲରେ ଅବସର ପ୍ରାପ୍ତ ବନ ବିଭାଗର ରେଞ୍ଜର

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ କଟକ ରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ତୁଳସୀପୁର ସ୍ଥିତ ମହୁମାଛି ଗଳିରେ ଅବସର ପ୍ରାପ୍ତ ବନ ବିଭାଗର ରେଞ୍ଜର ଅଭୟ କୁମାର ଜେନାଙ୍କ ବାସଭବନ ଠାରେ ଚଢଉ କରିଥିଲା ଭିଜିଲାନ୍ସ୍ ଟିମ । ଭିଜିଲାନ୍ସର ୫ ଟି ଟିମ୍ କଟକ ସମେତ ପୈତୃକ ଗାଁ ବାଲୁଗାଁ, ଭୁବନେଶ୍ୱର ଠାରେ ମଧ୍ୟ ରେଡ୍ ଜାରି ରହିଛି ।କଟକ ବାସ ଭବନ ରେଡ୍ ସମୟରେ ଅନେକ ଆସବାପତ୍ର, ନଗଦ ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଛି । ଠାବ ହୋଇଥିବା ସମସ୍ତ ସଂପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି । ଏହା ପୂର୍ବ ରୁ ମଧ୍ୟ ଭିଜିଲାନ୍ସରେ ଅଭିଯୋଗ ପରେ ରେଡ୍ ର ସାମ୍ନା କରିଥିଲେ ଅଭୟ କୁମାର ଜେନା । ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଭିଜିଲାନ୍ସର ସମସ୍ତ ତଦନ୍ତ କୁ ସହଯୋଗ କରିବେ ବୋଲି କହିଛନ୍ତି ଅବସର ପ୍ରାପ୍ତ ରେଞ୍ଜ ଅଫିସର୍ ଅଭୟ କୁମାର ଜେନା। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More