ଭଦ୍ରକ ( ସଂଘର୍ଷ ମିଡିଆ ) : ଆଜି ଭଦ୍ରକ ଜିଲ୍ଲା ପାଇଁ ନୂତନ ଏସପି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଚରଣ ସିଂ ମିନା.ପୂର୍ବତନ ଏସପି ରାଜେଶ ପଣ୍ଡିତ ଙ୍କ ଠାରୁ ଦାୟିତ୍ୱ ଭାର ନେଇ ଭଦ୍ରକ ନୂତନ ଏସପି ଭାବେ ଜୟନ କରିଛନ୍ତି ଚରଣ ସିଂ ମିନା .ଭଦ୍ରକ ଏକ ଭାଇଚାରାର ସହର ସେହି ଭାଇଚାରାକୁ ବଜାଇ ରଖିବା ସହ ଭଦ୍ରକରେ ଆଇନ ଶୃଙ୍ଖଳାକୁ ନିୟଂତ୍ରଣ କରାଯିବ.ସେହିପରି ଭଦ୍ରକରେ ବଢ଼ି ଚାଲିଥିବା ନକଲି ଜର୍ଦା, ଚୋରା କୋଇଲା, ଡ୍ରଗ୍ସ, ଗଞ୍ଜେଇ ଓ ମଦକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନୂତନ ଏସପି କହିଛନ୍ତି । ମହିଳା, ଶିଶୁ ମାନଙ୍କ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ ସହ ସହରର ଥିବା ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା ଏହାକୁ ସୁଦୃଢ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି ।